Odia News Portal

ଜିଲ୍ଲାସ୍ତରୀୟ ବୃହତ, ମଧ୍ୟମ ଓ ଲଘୁ ଶିଳ୍ପ କର୍ମଶାଳା

ରାୟଗଡ଼ା: ଜିଲ୍ଲା ସ୍ତରୀୟ ବୃହତ, ମଧ୍ୟମ ଓ ଲଘୁ ଶିଳ୍ପ କର୍ମଶାଳା। ଆଦ୍ୟ ଜିଲ୍ଲା ଦକ୍ଷତା ବିକାଶ କମିଟି ତଥା ଜିଲ୍ଲା ପ୍ରଶାସନ ତରଫରୁ ବୃହତ, ମଧ୍ୟମ ଓ ଲଘୁ କର୍ମଶାଳା ଜୈନ ପ୍ରେକ୍ଷାଳୟ, ଜେ.କେ. ପେପର ମିଲ ଠାରେ ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଯୋଗଦେଇ ଦ୍ୱୀପ ପ୍ରଜ୍ଵଳନ କରି ଉଦ୍ଘାଟନ କରିଥିଲେ। ଶ୍ରୀ ବାଗଚୀ ଉଦ୍ଘାଟନ ଅବସରରେ ଜିଲ୍ଲାରେ କିପରି ଅଧିକରୁ ଅଧିକ ବେକାରୀ ଯୁବକ, ଯୁବତୀ ମାନଙ୍କୁ ତାଲିମ ମାଧ୍ୟମରେ ନିଯୁକ୍ତିର ସୁଯୋଗ ସୃଷ୍ଟି କରିହେବ ତା ପ୍ରତି ଗୁରୁତ୍ୱ ଦେଇଥିଲେ।

ଏହା ବ୍ୟତୀତ ଶିଳ୍ପ ସଂସ୍ଥା ମାଧ୍ୟମରେ ଯୁବତୀ ମାନଙ୍କୁ ଶିଳ୍ପୀ କ୍ଷେତ୍ରରେ ଅଗ୍ରାଧିକାର ଦେବାପାଇଁ ଉତ୍ସାହିତ କରିଥିଲେ। ଏହି କର୍ମଶାଳାରେ ଜିଲ୍ଳାପାଳ, ଶ୍ରୀଯୁକ୍ତ ସରୋଜ କୁମାର ମିଶ୍ର, ପୋଲିସ ଅଧିକ୍ଷକ ଶ୍ରୀଯୁକ୍ତ ବିବେକାନନ୍ଦ ଶର୍ମା, ବୈଶିକ ଶିକ୍ଷା ଓ ତାଲିମର ନିର୍ଦ୍ଦେଶକ ରଘୁ ଜି, ଏମ.ଏସ.ଏମ.ଇ ର ଅତିରିକ୍ତ ସଚିବ ଉଦୟ ନାରାୟଣ ଦାସ, ଜିଲ୍ଲା ଶିଳ୍ପ ସଂସ୍ଥା ମାନଙ୍କର ପ୍ରତିନିଧି ଓ ଜିଲ୍ଲା ଦକ୍ଷତା ବିକାଶ କମିଟିର ସଦସ୍ୟ ବୃନ୍ଦ ଯୋଗ ଦେଇଥିଲେ। ଏହି କାର୍ମଶାଳାକୁ ଜିଲ୍ଲା ନିୟୋଜନ ଅଧିକାରୀ ରାଜେନ୍ଦ୍ର ପ୍ରକାଶ ଟେଟେ ପରିଚାଳନା କରିଥିଲେ। ଏଥିରେ ପାଖାପାଖି ୮୦ ରୁ ଉର୍ଦ୍ଧ୍ଵ ଅଂଶଗ୍ରହଣକାରୀ ଯୋଗଦେଇଥିଲେ ।