Odia News Portal

ଡବଲ ହେଲମେଟ୍ ନପିନ୍ଧିଲେ ଗଣିବେ ଫାଇନ୍

ଭୁବନେଶ୍ୱର: କେବଳ ଚାଳକ ନୁହଁନ୍ତି ବାଇକ୍ ପଛରେ ବସୁଥିବା ଲୋକ ହେଲମେଟ୍ ପିନ୍ଧିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ହେଲମେଟ୍ ନ ପିନ୍ଧିଲେ ଗାଡିଚାଳକଙ୍କୁ ଫାଇନ୍ ଦେବାକୁ ପଡିବ । ସେହିଭଳି ଡି.ଏଲ ମଧ୍ୟ ବାତିଲ ହେବ । ଦୁର୍ଘଟଣା କମାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।ପୂର୍ବରୁ କେବଳ ଗାଡି ଚାଳକଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ ଥିବାବେଳେ ଆଜିଠୁ ଡବଲ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

କେବଳ ହେଲମେଟ ଚେକିଂ ନୁହେଁ, ମଦ୍ୟପାନ କରି ଗାଡି ଚଳାଇବା, ଦ୍ରୁତଗତିରେ ଗାଡି ଚଳାଇବା ଓ ବିନା ଇନସୁରାନ୍ସ ଓ ପଲ୍ୟୁସନ ପ୍ରମାଣପତ୍ର ବିନା ଗାଡି ଚଳାଉଥିବା ଲୋକଙ୍କ ପାଇଁ ଆଇନ କଡାକଡି କରାଯାଇଛି ।ତେବେ ପଛରେ ବସିଥିବା ଲୋକଟି ଯଦି ହେଲମେଟ ନ ପିନ୍ଧନ୍ତି ତେବେ ଗାଡ଼ି ଚାଳକଙ୍କୁ ହିଁ ଏଥିପାଇଁ ଫାଇନ ଦେବାକୁ ହେବ । ଏ ସବୁ ଚେକିଂକୁ କଡାକଡି କରିବା ପାଇଁ ପରିବହନ ବିଭାଗ ପୋଲିସକୁ ନିର୍ଦ୍ଦେଶ ଦେଇଛି । ତେବେ ଲର୍ନର ଲାଇସେନ୍ସ ଥିବା ବ୍ୟକ୍ତିଙ୍କ ଡିଏଲ ମିଳିନଥିବାରୁ, ସେମାନଙ୍କ ପାଇଁ ଏହି ନିୟମକୁ ମାର୍ଚ୍ଚ ୩୧ପର୍ଯ୍ୟନ୍ତ କୋହଳ କରାଯାଇଛି ।