Odia News Portal

କାଲିଠୁ ଡବଲ ହେଲମେଟ୍ ବାଧ୍ୟତାମୂଳକ

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ବାଧ୍ୟତାମୂଳକ ହେବ ଡବଲ ହେଲମେଟ । ନୂଆବର୍ଷରୁ ରାଜ୍ୟରେ ଏହି ନୂଆ ନିୟମ ଲାଗୁ ହେବା ସହ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ । ଏନେଇ ରାଜ୍ୟ ସଡକ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି, ବାଇକ ପଛରେ ବସୁଥିବା ବ୍ୟକ୍ତି ହେଲମେଟ ପିନ୍ଧିବା ଜରୁରୀ। ପଛରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧିନଥିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆସନ୍ତାକାଲି ଠାରୁ ଯଦି କୌଣସି ବାଇକ ଚାଳକଙ୍କ ହେଲମେଟ ନଥାଏ ତେବେ ଚେକିଂ ସମୟରେ ଗାଡିର ଅନ୍ୟ ସବୁ କାଗଜପତ୍ରକୁ ମଧ୍ୟ ଯାଞ୍ଚ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ସୁପ୍ରିମକୋର୍ଟଙ୍କ ରୋଡ ସେଫ୍ଟି କମିଟିଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ବାଇକ ଚାଳକ ଏବଂ ପଛରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧିବା ଦ୍ୱାରା ହିଁ ରାଜ୍ୟରେ ଦୁର୍ଘଟଣା ହାର କମିବ । ଦୁଇ ଚକିଆ ଯାନରେ ଦୁର୍ଘଟଣା ହେବା ଆଶଙ୍କା ଅଧିକ ରହିଛି ।