Odia News Portal

ନକଲି ଔଷଧ ଯୋଗାଇଥିବା ବିହାରର ଦୁଇ ବ୍ୟବସାୟୀ ଚିହ୍ନଟ

ନକଲି ଔଷଧ କାରବାର ମାମଲାରେ ଅଧିକ ତଦନ୍ତ ପାଇଁ ବିହାର ଯାଇଥିବା କଟକ କମିସନରେଟ ପୋଲିସ ଟିମକୁ ସଫଳତା ମିଳିଛି। ନକଲି ଔଷଧ ଯୋଗେଇ ଥିବା ବିହାରର ଦୁଇ ବ୍ୟବସାୟୀଙ୍କୁ ଚିହ୍ନଟ କରାଯାଇଛି । ଏନେଇ ଆଜି ସୂଚନା ଦେଇଛନ୍ତି ଡିସିପି ପିନାକ ମିଶ୍ର। ନକଲି ଔଷଧର ଉତ୍ପାଦନ କେଉଁଠାରେ ହୋଇଥିଲା, କମିଶନରେଟ୍ ପୋଲିସ ତାର ଯାଞ୍ଚ କରୁଛି ବୋଲି ସେ ସୂଚନା ଦେଇଛନ୍ତି । କଟକରୁ ଟେଲମା -୪୦ ଓ ଅନ୍ୟ କିଛି ଔଷଧ ନକଲି ବୋଲି ଚଢ଼ାଉ ବେଳେ ଜଣାପଡିଥିଲା । ନକଲି ଔଷଧ ବାହାର ରାଜ୍ୟରୁ ଆସୁଛି ବୋଲି ଜଣାପଡିବା ପରେ କମିଶନରେଟ ପୋଲିସର ଗୋଟିଏ ଟିମ ବିହାର ଯାଇଥିଲା ।