Odia News Portal

ସରିଲା ଦୁଷ୍ମନ୍ତଙ୍କ ଶେଷକୃତ୍ୟ

ପୁରୀ: ବୁଧବାର ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଜଗତସିଂପୁର ଜିଲ୍ଲାର ଦୁଷ୍ମନ୍ତ ଦାସ । ଗତକାଲି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ବିଧାନସଭାରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ ବିରୋଧୀ । ତେବେ ଆଜି ଦୁଷ୍ମନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁରୀ ସ୍ୱର୍ଗଦ୍ୱାରରେ ପରିବାର ଲୋକଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛି ଶେଷକୃତ୍ୟ । ପରିବାର ସଦସ୍ୟ ଏପର୍ୟ୍ୟନ୍ତ ଗାଁ କୁ ଫେରିନଥିବା ବେଳେ ଜିଲ୍ଲା ପ୍ରଶାସନ ବ୍ଲକ ପ୍ରଶାସନ ତରଫରୁ ଦୁଷ୍କନ୍ତଙ୍କ ପରିବାରକୁ ୧ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । ଏହି ଘଟଣାକୁ ନେଇ ଗାଁ ରେ ଚାପା ଉତ୍ତେନା ଲାଗି ରହିଛି।ଜଗତସିଂହ ପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ଦୁଷ୍କନ୍ତ ଦାସ ଗତ ଦୁଇ ବର୍ଷ ତଳେ ଦୁର୍ଘଟଣାର ଶିକାର ହୋଇ ତାଙ୍କ ଗୋଡରେ ଗଭୀର ଆଘାତ ଲାଗିଥିଲା। କଟକ ଏସ୍ .ସି .ବିରେ ତୃଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ତାଙ୍କର ଗୋଡ ଭଲହେବା ବଦଳରେ ସମ୍ପୁର୍ଣ୍ଣ ଷ୍ଟିପ ହୋଇଯାଇଥିବା ଅଭିଯୋଗ କରିଥିଲେ ସେ ।