Odia News Portal

ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପରେ ମୁହଁ ଖୋଲିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ବାେର୍ଡ ପରୀକ୍ଷା ବାତିଲ ଓ ସ୍ଥଗିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଆୟୋଜିତ ନେଇ ସରକାର ସ୍ପଷ୍ଟୀକରଣ ରଖିବା ପାଇଁ ଦାବି ଉଠାଇଛନ୍ତି ଛାତ୍ରଛାତ୍ରୀ । ଯାହାକୁ ନେଇ ଛାତ୍ରଛାତ୍ରୀ ମାନେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଛନ୍ତି ।

ତେବେ ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଜୁନ୍ ପ୍ରଥମ ସପ୍ତାହରେ ଏ ସମ୍ପର୍କରେ ନିଷ୍ପତ୍ତି ନେବେ। ଗଣଶିକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି ମୋତେ ପିଲାମାନେ ଭେଟିଛନ୍ତି। ବିଭିନ୍ନ ଦୃଷ୍ଟିରୁ ସମୀକ୍ଷା କରାଯାଇ ନିଷ୍ପତ୍ତି ନିଆଯିବ’’।ବାତିଲ ହେଲେ କେମିତି ମାର୍କ ଦିଆଯିବ, ସେ ସବୁ ଦିଗକୁ ଧ୍ୟାନରେ ରଖି ସମୀକ୍ଷା କରାଯାଉଛି। ଏନେଇ ସରକାର ଖୁବ ଶୀଘ୍ର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ମନ୍ତ୍ରୀ।ତେବେ ପରୀକ୍ଷା ବାତିଲ ହେବ କି ନାହିଁ, ସେ ସବୁ ଦିଗ ଉପରେ ତର୍ଜମା କରାଯାଉଛି।