Odia News Portal

କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡମାଡ଼

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରା ଟୋନିଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଛନ୍ତି କଂଗ୍ରେସ କର୍ମୀ । ମୁଣ୍ଡୁଳୀରେ ଏକ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଆସୁଥିବା ବେଳେ ଭୁବନେଶ୍ୱର ଏୟାରପୋର୍ଟ ନିକଟରେ ଛାତ୍ର କଂଗ୍ରେସ ପକ୍ଷରୁ ତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ସାଙ୍ଗକୁ କାଳି ଫୋପଡ଼ା ଯାଇଛି । ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ଘଟଣାକୁ ନେଇ ଏହି ପ୍ରତିବାଦ କରାଯାଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି ।

କଂଗ୍ରେସ କହିଛି, ଚାଷୀଙ୍କ ଉପରେ ଅଜୟ ମିଶ୍ରଙ୍କ ପୁଅ ଯେପରି ଭାବରେ ଗାଡି ଚଢାଇ ହତ୍ୟା କରିଛି, ତାହା ଅତ୍ୟନ୍ତ ନିନ୍ଦନୀୟ । ତେଣୁ ଏ ଜଗନ୍ନାଥ ମାଟି ତାଙ୍କୁ ପ୍ରସୟ ଦେବାକୁ ଚାହୁଁ ନାହିଁ । ସେପଟେ, କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ ଘଟଣାରେ କିଛି ଛାତ୍ର କଂଗ୍ରେସର କର୍ମୀଙ୍କୁ ଉଠାଇନେଇଛି ପୋଲିସ । ପାଖାପାଖି ଶହେରୁ ଅଧିକ କର୍ମକର୍ତ୍ତା କେନ୍ଦ୍ରମନ୍ତ୍ରୀଙ୍କୁ କଳା ପତାକା ଦେଖାଇବା ସହ ଅଣ୍ଡାମାଡ କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଥିଲେ ବି କଂଗ୍ରେସ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ କରିଛି ।