ନୂଆଦିଲ୍ଲୀ: ପବିତ୍ର ଭାଇଚାରାର ପର୍ବ ଇଦ୍ ଅବସରରେ ଆଜି ମାସକ ଯାକ ରଖିଥିବା ରୋଜା ଉପବାସ ଭାଙ୍ଗି ଇଦ୍ ପାଳିଥାନ୍ତି ମୁସଲମାନ ଭାଇ ଭଉଣୀ । ଚଳିତ ବର୍ଷ କରୋନା ମଧ୍ୟରେ ଦେଶରେ ଇଦ୍ ପାଳନ କରାଯାଉଛି। ଘରେ ରହି ନମାଜ ପାଠ ସହ ଇଦ୍ ଉତ୍ସବ ପାଳନ କରାଯାଉଛି ।
ଦେଶବାସୀଙ୍କୁ ଇଦ୍ ର ଶୁଭେଚ୍ଛା ଜଣାଇଛନ୍ତି ମହାମହିମ ରାଷ୍ଟ୍ରପତି ।ସେ ନିଜ ସମସ୍ତ ଦେଶବାସୀଙ୍କୁ ଇଦ୍ ଶୁଭେଚ୍ଛା!ଏହି ପର୍ବ ହେଉଛି ପାରସ୍ପରିକ ଭାଇଚାରା ଏବଂ ସାହାର୍ଦ୍ଦ୍ୟର ପର୍ବ । ମାନବିକତାର ସେବାରେ ନିଜକୁ ସମର୍ପିତ କରିବାର ଏକ ସୁଯୋଗ |କୋଭିଡ -19 ସହିତ ମୁକାବିଲା କରିବା ଏବଂ ସମାଜ ତଥା ଦେଶର ଉନ୍ନତି ପାଇଁ କାର୍ଯ୍ୟ କରିବା ପାଇଁ ସମସ୍ତ ନିୟମ ପାଳନ କରିବାକୁ ପ୍ରତିଶୃତି ଦେବା |
ସେହିଭଳି ପ୍ରଧାନମନ୍ତ୍ରୀ ମଧ୍ୟ ଦେଶବାସୀଙ୍କୁ ଇଦ୍ ଶୁଭେଚ୍ଛା ଜଣାଇଛନ୍ତି ।ସେ ନିଜ ଟ୍ୱିଟ୍ ରେ ଲେଖିଛନ୍ତି, ମୁଁ ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ପ୍ରାର୍ଥନା କରୁଛି । ଆମର ସାମୂହିକ ପ୍ରୟାସ ଦ୍ୱାରା ଆମେ ବିଶ୍ୱ ମହାମାରୀକୁ ଦୂର କରି ମାନବ କଲ୍ୟାଣ ଦିଗରେ କାର୍ଯ୍ୟ କରିବା ।