Odia News Portal

ବାଜିବ ୪ ରାଜ୍ୟର ନିର୍ବାଚନୀ ବିଗୁଲ୍

୪ଟା ୩୦ରେ ନିର୍ବାଚନ ଆୟୋଗଙ୍କ ସାମ୍ବାଦିକ ସମ୍ମିଳନୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, ପୁଡୁଚେରୀ ଓ କେରଳ ବିଧାନସଭା ନିର୍ବାଚନ ତାରିଖ ଆଜି ଘୋଷଣା ହେବ । ନିର୍ବାଚନ ଆୟୋଗ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଶୁକ୍ରବାର ୪ଟା୩୦ରେ ଏକ ପ୍ରେସମିଟ୍ ଜରିଆରେ ନିର୍ବାଚନ ତାରିଖ ଘୋଷଣା କରିବେ । ଆଗାମୀ ଏପ୍ରିଲ୍‌ ଓ ମେ ମାସରେ ଉପରୋକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ କରାଯିବ। ଏଥିନିମନ୍ତେ ତାରିଖ ଚୂଡ଼ାନ୍ତ କରିବା ପାଇଁ ବୁଧବାର ଦିନ ନିର୍ବାଚନ କମିସନ୍‌ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ଅଧ୍ୟକ୍ଷତା କରିଥିଲେ ମୁଖ୍ୟ ନିର୍ବାଚନ କମିସନର୍‌ ସୁନୀଲ ଅରୋରା |ତେବେ ପଶ୍ଚିମବଙ୍ଗ ବ୍ୟତୀତ ଅନ୍ୟ ସବୁଠି ୧ରୁ ୩ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇପାରେ ।

ନିର୍ବାଚନ ଆୟୋଗଙ୍କ ସୂତ୍ରାନୁସାରେ, ପଶ୍ଚିମବଙ୍ଗରେ ୬ରୁ ୮ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ତେବେ ଆସାମରେ ତିନୋଟି ପର୍ଯ୍ୟାୟ ହୋଇପାରେ । କେରଳ, ତାମିଲନାଡୁ, ପୁଡୁଚେରୀରେ କେବଳ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ତେବେ ଆୟୋଗଙ୍କ ସାମ୍ବାଦିକ ସମ୍ମିଳନୀ ପରେ ଏହା ସ୍ପଷ୍ଟ ହେବ । ତେବେ ୪ ରାଜ୍ୟ ଓ ଏକ କେନ୍ଦ୍ର ଶାସିତ ପ୍ରଦେଶରେ ଭୋଟ ଗଣତି ଗୋଟିଏ ଦିନରେ ହିଁ ହେବ ।