Odia News Portal

୫ ଟି ରାଜ୍ୟରେ ବିଧାନ ସଭା ନିର୍ବାଚନ ତାରିଖ ଘୋଷଣା ହେଲା

ପାଞ୍ଚଟି ରାଜ୍ୟ ପାଇଁ ହୋଇଛି ବିଧାନସଭା ତାରିଖ ଘୋଷଣା । ପଞ୍ଜାବ, ଉତ୍ତରପ୍ରଦେଶ, ମଣିପୁର, ଗୋଆ ଓ ଉତ୍ତରାଖଣ୍ଡ ଏହି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଫେବୃଆରୀ ୧୦ ରୁ ସାତଟି ପର୍ୟ୍ୟାୟରେ ଭୋଟ ଗ୍ରହଣ କରାଯିବ ଏବଂ ମାର୍ଚ୍ଚ ୧୦ରେ ଭୋଟ ଗଣତି ହେବ ।। ପାଞ୍ଚଟି ରାଜ୍ୟର ୬୯୦ଟି ବିଧାନସଭା ଆସନରେ ସୁରକ୍ଷିତ ନିର୍ବାଚନ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି କମିଶନ । ଏହି ନିର୍ବାଚନ ପ୍ରକ୍ରିୟାରେ ୧୮ କୋଟି ୩୪ ଲକ୍ଷ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ତେବେ ସମଗ୍ର ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କୋଭିଡ କଟକଣା ଭିତରେ ନିର୍ବାଚନ କରିବା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ପ୍ରତି ବୁଥରେ ୧୨୫୦ ଜଣ ଭୋଟର ମତଦାନ କରିପାରିବେ ।
ପ୍ରାର୍ଥୀମାନେ ଅନଲାଇନରେ ସେମାନଙ୍କ ନାମାଙ୍କନ ଦାଖଲ କରିପାରିବେ ।
ନିର୍ବାଚନ ପ୍ରଚାର ବେଳେ ରୋଡ୍ ଶୋ ମନା ।
ଡୋର ଟୁ ଡୋର କ୍ୟାମ୍ପେନରେ ମାତ୍ର ପାଞ୍ଚଜଣ ରହିପାରିବେ ।