Odia News Portal

ଖୋର୍ଦ୍ଧା ରୋଡ୍ ଏବଂ ନୟାଗଡ଼ ଟାଉନ ମଧ୍ୟରେ ବିଦ୍ୟୁତିକରଣ କାର୍ୟ୍ୟ ଶେଷ

ନୟାଗଡ଼ ଟାଉନ୍ – ମହିପୁର ବିଦ୍ୟୁତିକରଣ ଶୀଘ୍ର ଶେଷ ହେବ |

ରେଳ ସୁରକ୍ଷା ଆୟୁକ୍ତଙ୍କ ଦ୍ୱାରା ଖୋର୍ଦ୍ଧା ରୋଡ୍ ଏବଂ ନୟାଗଡ଼ ଟାଉନ୍ ମଧ୍ୟରେ ରେଳ ବିଦ୍ୟୁତିକରଣ କାର୍ୟ୍ୟ ଯାଞ୍ଚ |

ଭୁବନେଶ୍ୱର: ଖୋର୍ଦ୍ଧା ରୋଡ୍-ବାଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ଖୋର୍ଦ୍ଧା ରୋଡ୍ ଏବଂ ନୟାଗଡ଼ ଟାଉନ୍ ମଧ୍ୟରେ ରେଳ ବିଦ୍ୟୁତିକରଣ କାର୍ୟ୍ୟ ଶେଷ ହୋଇଛି | ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧୀନରେ ଥିବା ଦକ୍ଷିଣ ପୂର୍ବାଞ୍ଚଳ ସର୍କଲ / କୋଲକାତାସ୍ଥିତ ରେଳ ସୁରକ୍ଷା ଆୟୁକ୍ତ (ଉଜଝ) ଗତକାଲି (୨୯.୦୩.୨୦୧୧) ପୂର୍ବ ତଟ ରେଳପଥର ପ୍ରମୁଖ ବୈଦ୍ୟୁତିକ ଇଞ୍ଜିନିୟର (ଚଉଋଋ) ବି. ପି. ପଣ୍ଡା, ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଏସ.କେ ସିଂ ଏବଂ ରେଳ ବିଦ୍ୟୁତିକରଣ (ଜଋ) ର ମୁଖ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ସିପିଡି) କେ ନାଗେନ୍ଦ୍ର ପ୍ରସାଦଙ୍କ ଉପସ୍ଥିତିରେ ଖୋର୍ଦ୍ଧା ରୋଡ଼ ଓ ନୟାଗଡ଼ ଟାଉନ ମଧ୍ୟରେ ୬୬ କିଲୋମିଟର ଦୈର୍ଘ୍ୟ ରେଳ ଲାଇନରେ ବିଦ୍ୟୁତିକରଣ କାର୍ୟ୍ୟ ଯାଞ୍ଚ କରିଛନ୍ତି |

ରେଳ ସୁରକ୍ଷା ଆୟୁକ୍ତଙ୍କ ଦ୍ୱାରା ପରିଚାଳିତ ଯାଞ୍ଚ ସମୟରେ ସ୍ୱତନ୍ତ୍ର ଟ୍ରେନକୁ ଇଲେକ୍ଟ୍ରିକ ଲୋକୋମୋଟିଭ ଦ୍ୱାରା ନୟାଗଡ଼ ଟାଉନ୍ ଠାରୁ ଖୋର୍ଦ୍ଧା ରୋଡ୍ ପର୍ୟ୍ୟନ୍ତ ୮୦ କିଲୋମିଟର ବେଗରେ ଚଳାଚଳ କରାଯାଇ ନୀରିକ୍ଷଣ କାର୍ୟ୍ୟ ସମ୍ପାଦନ କରାଯାଇଥିଲା | ଏହି ବିଦ୍ୟୁତିକରଣ ପ୍ରକଳ୍ପ ପାଇଁ ପ୍ରାୟ ୬୦ କୋଟି ଟଙ୍କା ଖର୍ଚ୍ଚ ହେବ | ନୟାଗଡ଼ ଟାଉନରୁ ମହିପୁର ପର୍ୟ୍ୟନ୍ତ ରେଳ ବିଦ୍ୟୁତିକରଣ କାର୍ୟ୍ୟ ମଧ୍ୟ ଶୀଘ୍ର ଶେଷ ହେବ |