Odia News Portal

ହାତୀ ଆକ୍ରମଣରେ ଜଣେ ମୃତ

ଢେଙ୍କାନାଳ ଜିଲ୍ଲା  ଷଢଙ୍ଗୀ ବନାଞ୍ଚଳ ଅନ୍ତର୍ଗତ କରମୂଳ ନିକଟରେ ଜଣଙ୍କୁ ଶୁଣ୍ଢରେ ଟେକି କଚାଡି ମାରିଛି ହାତୀ । ମୃତକ ହେଲେ କରମୂଳ ଗ୍ରାମର ରାଜେନ୍ଦ୍ର ମଲ୍ଲିକ ।

ମଙ୍ଗଳବାର  ରାଜେନ୍ଦ୍ର ଗାଈ ଖୋଜିବାକୁ  ପାଖ ଜଙ୍ଗଲକୁ ଯାଇ ଆଉ ଘରକୁ ଫେରିନଥିଲେ । ଫଳରେ ବୁଧବାର ତାଙ୍କ ପରିବାର ଓ ଗ୍ରାମବାସୀ ପାଖ ଜଙ୍ଗଲକୁ ଯାଇ ଖୋଜିଥିଲେ । ତେବେ ତାଙ୍କର ମୃତଦେହକୁ ଜଙ୍ଗଲ ଭିତରେ ଠାବ କରାଯାଇଥିଲା । ପାଖରେ ହାତୀ ପାଦଚିହ୍ନ  ରହିଥିଲା। ହାତୀ ରାଜେନ୍ଦ୍ର କୁ ଟେକି କଚାଡି ମାରିଦେଇଥିବା ଜଣାପଡିଛି । ଖବର ପାଇ ଷଢଙ୍ଗୀ ବନାଞ୍ଚଳ କର୍ମଚାରୀ ପହଂଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।