ବରଗଡ: ବିଦ୍ୟୁତ ସଂସ୍ପର୍ଶରେ ଆସି ପୁଣି ଏକ ମାଈ ହାତୀର ମୃତ୍ୟୁ । ଅମ୍ବାଭୋନା ବ୍ଲକ ଲଖନପୁର ନିକଟସ୍ଥ ଅଲେଖପୁର ଗ୍ରାମରେ ଏକ ବିଲରେ ହାତୀର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ ଅଲେଖପୁର ଗ୍ରାମର ଏକ ବିଲରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ବଣୁଆ ହାତୀର ମୃତ୍ୟୁ ହୋଇଛି। ହାତୀର ମୃତଦେହ ନିକଟ ଆଖପାଖ ଅଞ୍ଚଳରେ ହାତୀପଲ ବୁଲୁଥିବା ଜଣାପଡ଼ିଛି। ଗ୍ରାମର ସୀମାନ୍ତରେ ଚାଷ କରୁଥିବା ଲୋକେ ଫସଲକୁ ବରହାଠାରୁ ରକ୍ଷା କରିବା ଉଦ୍ଦେଶ୍ୟରେ ବିଦ୍ୟୁତ ତାର ବିଛାଇଥିଲେ। ତେବେ ହାତୀପଲ ଏହି ରାସ୍ତା ଦେଇ ଯାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ ଘଟିଥିବା ବରଗଡ଼ ଏସିଏଫ ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.