Odia News Portal

ବାତ୍ୟା ପରବର୍ତ୍ତୀ ୨୪ ଘଣ୍ଟାରେ ବିଦ୍ୟୁତ ସରବରାହ ପୁନରୁଦ୍ଧାର

ଶକ୍ତିମନ୍ତ୍ରୀଙ୍କ ୟାସ ବାତ୍ୟା ପ୍ରସ୍ତୁତି ସମୀକ୍ଷା

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ “ୟାସ୍’ ଦ୍ୱାରା ସଂଘଟିତ ସମ୍ଭାବ୍ୟ କ୍ଷୟକ୍ଷତିର ମୁକାବିଲା ସହ ବାତ୍ୟା ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ବିଦ୍ୟୁତ ସରବରାହର ପୁନରୁଞ୍ଚାର ନିମନ୍ତେ ନିଜକୁ ପ୍ରସ୍ତୁତ ରଖିବାକୁ ଶକ୍ତିମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଅ ।ଜି ସମସ୍ତ ବିତରଣ କମ୍ପାନୀ, ଗ୍ରୀଡ଼କୋ, ଓପିଟିସିଏଲ୍, ପିଜିସିଅ ।ଇଏଲ୍ ଓ ଏନଟିପିସିର ଅଧିକାରୀମାନଙ୍କୁ ନେଇ ଏକ ଭର୍ଚୁଅ ।ଲ ବୈଠକରେ ସମୀକ୍ଷା କରି କହିଛନ୍ତି । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରିବାକୁ ଏକ ବ୍ଲୁ ପ୍ରିଣ୍ଟ ତିଆରି ସହ ମାନବସମ୍ବଳ ବିନିଯୋଗ, ଯନ୍ତ୍ରପାତିର ଉପଯୋଗ ଓ ସରଞ୍ଜାମ ଉପଲବ୍ଧ ଆଦିକୁ ପ୍ରଭାବୀ ଭାବେ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଗତ ଅମ୍ଫାନବେଳେ ବିଦ୍ୟୁତ କର୍ମଚାରୀମାନେ ଯେଉଁ ଅକ୍ଳାନ୍ତ ପରିଶ୍ରମ କରି ବିଦ୍ୟୁତ ସେବାର ପୁନରୁଧାର କରିଥିଲେ ତାଦର ଭୂୟସୀ ପ୍ରଶଂସା କରିବା ସହ ଏଥର ମଧ୍ୟ ଅ ।ମକୁ ସମାନ ଧରଣର ପ୍ରତିବଦ୍ଧତା ପ୍ରଦର୍ଶନ କରିବାକୁ ହେବ ବୋଲି ସେ କହିଥିଲେ ।


ବିଭାଗୀୟ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଏ ଦିଗରେ ଉପଯୁକ୍ତ ପ୍ରସ୍ତୁତିର ନେତୃତ୍ୱ ନେଇଥିବାରୁ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ଖୁସି ବ୍ୟକ୍ତ କରିଥିଲେ । କର୍ମଚା ରୀଙ୍କ ନିୟୋଜନବେଳେ ଯେପରି ତାଙ୍କର ସୁରକ୍ଷା, ରହିବା, ଖାଦ୍ୟପେୟ ଇତ୍ୟାଦିରେ କୌଣସି ପ୍ରକାର ସମସ୍ୟା ନଉପୁଜେ ସେଥିପ୍ରତି ବିଶେଷ ଯତ୍ନବାନ ହେବାକୁ ସେ ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକର ମୁଖ୍ୟ ନିର୍ବାହୀମାନଙ୍କୁ ପରାମର୍ଶ ଦେଇଥିଲେ । ଆଗୁଅ । ଭାବେ ଅ ।ବଶ୍ୟକୀୟ ବିଦ୍ୟୁତ ଉପକରଣ ସମ୍ଭାବ୍ୟ ପ୍ରଭାବିତ ସ୍ଥାନଗୁଡ଼ିକରେ ମହଜୁଦ ରଖିବା ଉପରେ ସେ ଗୁରୁତ୍ୱ ଅ ।ରୋପ କରିଥିଲେ । ତାଦଛଡ଼ା ବିଦ୍ୟୁତ ଜନିତ ଧନଜୀବନ ହାନି ଯେପରି ନଘଟେ ସେଥିପାଇଁ ଧ୍ୟାନ ଦେବାକୁ ସେ କହିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ-ମୃତ୍ୟ ମିଶନକୁ ସଫଳ କରିବାକୁ ସେ ପରାମର୍ଶ ଦେବା ସହ ବିଭିନ୍ନ ସ୍ଥାନରେ ମୁତୟନ ହୋଇଥିବା ଅଧିକାରୀମାନେ ସ୍ଥାନୀୟ ଅଞ୍ଚଳର ଜନପ୍ରତିନିଧିମାନଙ୍କ ସହ ଯୋଗାଯୋଗରେ ରହି ସେମାନଙ୍କ ସହଯୋଗ ନେବାକୁ କହିଥିଲେ । ସେ କହିଥିଲେ ଯେ ତାଦଛଡ଼ା ପ୍ରତି ଜିଲ୍ଲାରେ ନିୟନ୍ତ୍ରଣ କକ୍ଷ ସ୍ଥାପନ ସହ ଜିଲ୍ଲା ପ୍ରଶାସନ ସହିତ ଲଗାତାର ସଂପର୍କରେ ରହିବା ଏବଂ ସର୍ବଦା ଅ ।ଖି ଓ କାନ ଖୋଲା ରଖିବାକୁ । ସଂପ୍ରତି ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ୍ ହସ୍ପିଟାଲ୍ଗୁଡ଼ିକ କାଯର୍ୟକ୍ଷମ ରହିଛି । ତେଣୁ ଏହି ବାତ୍ୟା ସମୟରେ କିପରି ବିକଳ୍ପ ଜରିଅ ।ରେ ବିଦୁ୍ୟତ ଯୋଗାଣ କରାଯିବ ସେଥିପାଇଁ ପ୍ରକୃତ ଅ ।କଳନ କରି ଡିଜି ସେଟ୍ ଉପଲବ୍ଧ କରିବାକୁ ହେବ । ବାତ୍ୟା ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲା ସଦର ମହକୁମା, କୋଭିଡ୍ ହସ୍ପିଟାଲ୍ସ, ଅକ୍ସିଜେନ ପ୍ଲାଣ୍ଟ, ବ୍ଲକ୍ ମୁଖ୍ୟାଳୟ, ପାଣିପମ୍ପ ପ୍ରଭୃତି ସ୍ଥାନକୁ ଅଗ୍ରାଧିକାର ଭିତ୍ତିରେ ବିଦ୍ୟୁତ ଯୋଗାଣ କରାଯିବ ।

ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକ ତରଫରୁ ଅ ।ବଶ୍ୟକୀୟ ମାନବସମ୍ବଳ ଓ ଉପକରଣ, ଯାନବାହନ ଅ ।ଦି ଅ ।ଗୁଅ । ଭାବେ ପ୍ରସ୍ତୁତ ରଖାଯାଇଥିବା ପ୍ରକାଶ କରାଯାଇଥିଲା । ଏଥି ସହିତ ତ୍ୱରିତ କାର୍ଯ୍ୟାରମ୍ଭ ସକାଶେ ବିିଭିନ୍ନ ସ୍ଥାନରେ ବିଦୁ୍ୟତ ଖୁଣ୍ଟ, କେବୁଲ, ତାର, ଟ୍ରାନ୍ସଫରମର୍, ଶକ୍ତି·ଳିତ କରତ, ବାଉଁଶ ସିଡ଼ି, ଡବଲ ପୁଲି, ହାଇଡ୍ରା ମେସିନ୍, ପୋଲ ମାଷ୍ଟର, ୱେଲ୍ଡିଂ ମେସିନ୍, ଅ ।ସ୍କା ଲାଇଟ୍, ଡିଜି ସେଟ୍, ଟର୍ଚ୍ଚ ଲାଇଟ୍, ଭ୍ରାମ୍ୟମାଣ ପାୱାର ବ୍ୟାଙ୍କ, ଫାଷ୍ଟ-ଏଡ୍ ବକ୍ସ, କର୍ମ·ରୀମାନଙ୍କ ପାଇଁ ଶୁଖିଲା ଖାଦ୍ୟ, ଔଷଧ, ସାପ ବିଷନାଶକ ଔଷଧ ଅ ।ଦି ମହଜୁଦ୍ ରଖାଯାଇଥିବା କୁହାଯାଇଛି । ଏଥି ସହିତ କର୍ମଚାରୀମାନଙ୍କ ସକାଶେ ବର୍ଷାତି ପୋଷାକ, ମାସ୍କ, ହ୍ୟାଣ୍ଡ ଗ୍ଲୋଭସ୍ ଇତ୍ୟାଦି ଠୁଳ କରାଯାଇଥିବା ଜଣାପଡ଼ିଛି । ଅ ।ସନ୍ତାକାଲିଠାରୁ ବିଦ୍ୟୁତ କମ୍ପାନୀଗୁଡ଼ିକ ଏବଂ ଓପିଟିସିଏଲ୍ ତରଫରୁ ବୈଦ୍ୟୁତିକ ଓ ମୁଦ୍ରଣ ଗଣମାଧ୍ୟମ ଜରିଅ ।ରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବିଜ୍ଞାପନ ପ୍ରକାଶ କରାଯିବ । ତାଦଛଡ଼ା ଅ ।ସନ୍ତାକାଲିଠାରୁ ମକଡ୍ରିଲ କରାଯାଇ କର୍ମଚା ରୀମାନଙ୍କୁ ତ୍ୱରିତ ସେବା ଏବଂ ପୁନରୁଧାର ଉପରେ ତାଲିମ ଦିଅ ।ଯିବ । କମ୍ପାନୀର ମୁଖ୍ୟ ପରି·ଳକମାନଙ୍କୁ ସ୍ୟାଟେଲାଇଟ୍ ଫୋନ୍ ପ୍ରଦାନର ବ୍ୟବସ୍ଥା କରାଯାଇଛି । ଫଳରେ ବିଶେଷ ଯୋଗାଯୋଗ ସମସ୍ୟା ଉପୁଜିଲେ ତାହା କାଯର୍ୟରେ ଅ ।ସିବ । ଅ ।ଜି “ୟାସ୍ଦ ହ୍ୱାଟ୍ସ-ଅପ୍ ଗ୍ରୁପ୍ ସୃଷ୍ଟି କରି ପରସ୍ପର ମଧ୍ୟରେ ସୂଚନା ଅ ।ଦାନପ୍ରଦାନ ସକାଶେ ପଦକ୍ଷେପ ନିଅ ।ଯାଇଛି ।
ଅ ।ଜିର ଏହି ସମୀକ୍ଷାରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରୀଡ଼କୋର ପରି·ଚା ଳନା ନିଦେ୍ର୍ଦଶକ ତ୍ରିଲୋଚନ ପଣ୍ଡା, ନିର୍ଦ୍ଦେଶକ (ଅର୍ଥ) ଗଗନ ବିହାରୀ ସ୍ୱାଇଁ, ନୋଡାଲ ଅଧିକାରୀ, ଡିସ୍କମ୍ ଉମାକାନ୍ତ ସାହୁ, ଗ୍ରୀଡ୍କୋର ବାଣିଜ୍ୟ ଓ କାରବାର ବିକାଶ ନିର୍ଦ୍ଦେଶକ ଉପେନ୍ଦ୍ର ପ୍ରସାଦ ପତି, ନିର୍ଦ୍ଦେଶକ(ଅପରେସନ୍) ବି.ବି. ମେହେଟ୍ଟାଙ୍କ ସମେତ ଟିପିଏନ୍ଓଡିଏଲ୍, ଟିପିସିଓଡିଏଲର ମୁଖ୍ୟ ନିର୍ବାହୀ ଏବଂ ଅନ୍ୟ ସର୍କଲର ପ୍ରତିନିଧି ଅଧିକାରୀଗଣ ଯୋଗ ଦେଇଥିଲେ ।