Odia News Portal

ବୁଥ ବାହୁଡ଼ା ମତ : ବେଙ୍ଗଲରେ ବିଜେପିର ୨୦୦ ପାରକୁ ଝଟକା

ତାମିଲନାଡୁରେ କ୍ଷମତାକୁ ଫେରିବ ଡିଏମକେ କେରଳରେ ଏଲଡ଼ିଏଫ ଓ ଆସାମରେ କ୍ଷମତା ବଜାୟ ରଖିବ ବିଜେପି

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ଆଜି ୮ ମ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ବିଭିନ୍ନ ଘରୋଇ ଚ୍ୟାନେଲ୍ ପକ୍ଷରୁ ଏକଜିଟ୍ ପୋଲ୍ ଜାରି କରିଛନ୍ତି । ୫ ରାଜ୍ୟରେ ମତଦାନ ସରିଥିବାବେଳେ ଆସନ୍ତା ୨ ତାରିଖ ଦିନ ଭୋଟ୍ ଗଣତି ହେବ । ଏକଜିଟ୍ ପୋଲ୍ ରିପୋର୍ଟ ଅନୁଯାୟୀ, ସବୁଠାରୁ ଚର୍ଚ୍ଚାରେ ଥିବା ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି-ଟିଏମସି ମଧ୍ୟରେ ଜୋରଦାର ଫାଇଟ୍ ଦେଖିବାକୁ ମିଳିବ । ସେହିପରି ଆସାମରେ ବିଜେପିକୁ ପୂର୍ଣ୍ଣ ବହୁମତ ମିଳିବ । ତାମିଲନାଡୁରେ ଡିଏମ୍କେ ଶାସନ କ୍ଷମତାକୁ ଫେରିବ ଅନୁମାନ ଲଗାଇଛନ୍ତି ।


ପଶ୍ଚିିମବଙ୍ଗ ପାଇଁ ରିପବ୍ଲିକ୍-ସିଏନକ୍ସ ବିଜେପିକୁ ୧୪୩, ଟିଏମସି -୧୩୩, ସିପିଏମ୍ ୧୬ ସିଟ୍ ପାଇବ ବୋଲି ଆକଳନ କରିଛି । ଟାଇମ୍ସ ନାଓ-ସିଭୋଟର ଅନୁଯାୟୀ ଟିଏମସି ୧୫୮ଟି ସିଟ୍ ଜିଣି ଶାସନ ବଜାୟ ରଖିବ । ଏବିପି ସି ଭୋଟର ଅନୁଯାୟୀ ବିଜେପି ୧୦୯-୧୨୧, ଟିଏମସି ୧୫୨-୧୬୪, ସିପିଆଇ(ଏମ୍) ୧୪-୨୫ ମଧ୍ୟରେ ସିଟ୍ ପାଇବ । ଟାଇମ୍ସ ନାଓ-ସି ଭୋଟର ପକ୍ଷରୁ ବିଜେପି ୧୧୫, ଟିଏମସି ୧୫୮, ସିପିଆଇ(ଏମ୍) ୧୯, ଅନ୍ୟମାନଙ୍କୁ ୦୨ଟି ସିଟ୍ ମିଳିବ ।


ଆସାମରେ ଇଣ୍ଡିଆ ଟୁଡେ୍ ପକ୍ଷରୁ ବିଜେପି ୭୫-୮୫, କଂଗ୍ରେସ ୪୫-୬୦, ଅନ୍ୟମାନଙ୍କୁ ୧-୪ଟି ସିଟ୍ ମିଳିବ । ରିପବ୍ଲିକ୍ ସିଏନକ୍ସ ପକ୍ଷରୁ ବିଜେପି ୭୪-୮୪, କଂଗ୍ରେସ ୪୦-୫୦, ଅନ୍ୟମାନଙ୍କୁ ୧-୩ ଟି ସିଟ୍ ମିଳିପାରେ ।
କେରଳରେ ଇ-ମର୍କ ପକ୍ଷରୁ ଆକଳନ କରିଛି ଯେ, ଏଲ୍ଡିଏଫ୍ ୭୨-୭୯, ୟୁଡିଏଫ୍ ୬୦-୬୬, ବିଜେପି ୩ ଓ ଅନ୍ୟମାନଙ୍କୁ ୧ ଟି ସିଟ୍ ମିଳିପାରେ । ରିପବ୍ଲିକ୍ ସିଏନ୍କ୍ସ ପକ୍ଷରୁ ଏଲ୍ଡିଏଫ୍ ୭୨-୮୦, ୟୁଡିଏଫ୍ ୫୮-୬୪, ବିଜେପିକୁ ୧-୫ ମଧ୍ୟରେ ଆସନ୍ ମିଳିପାରେ ।


ସେହିପରି ତାମିଲନାଡୁ ପାଇଁ ପି-ମାର୍କ ଆକଳନ କରିଛି ଯେ, ଡ଼ିଏମକେ ୧୬୫-୧୯୦ ସିଟ୍, ଏଆଇଏଡିଏମକେ ୪୦-୬୫ ସିଟ, ଏମଏନଏମ୍କୁ ୧-୩ ସିଟ୍ ମିଳିବ । ରିପବ୍ଲିକ୍ ସିଏନଏକ୍ସ ପକ୍ଷରୁ , ଡ଼ିଏମକେ ୧୬୦-୧୭୦ ସିଟ୍, ଏଆଇଏଡିଏମକେ ୫୮-୬୮ ସିଟ, ଏମଏନଏମ୍କୁ ୪-୬ ସିଟ୍ ମିଳିବ ।