Odia News Portal

ଟ୍ୱିଟର ପରେ ଫେସବୁକ ଓ ଇନଷ୍ଟାଗ୍ରାମରୁ ହଟିଲା ରାହୁଲଙ୍କ ବିବାଦୀୟ ପୋଷ୍ଟ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଓ ଇନଷ୍ଟାଗ୍ରାମ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସେହି ପୋଷ୍ଟକୁ ହଟାଇ ଦେଇଛନ୍ତି , ଯେଉଁଥିରେ ବଳାତ୍କାର ପୀଡ଼ିତା ଓ ତାଙ୍କ ପରିବାରଙ୍କର ପରିଚୟ ପ୍ରଦାନ କରୁଥିଲା । ରାଷ୍ଟ୍ରୀୟ ବାଳ ଅଧିକାର ସଂରକ୍ଷଣ ଆୟୋଗ(ଏନ୍ସିପିସିଆର୍) ମଙ୍ଗଳବାର କହିଥିଲା କି ଦୁଇଟି ଯାକ ପ୍ଲାଟଫର୍ମ ରାହୁଲଙ୍କ ଏହି ପୋଷ୍ଟକୁ ହଟାଇ ଦେବାକୁ ଚେତାବନୀ ଦେଇଛନ୍ତି । ସୂଚନାଯୋଗ୍ୟ, ଇନଷ୍ଟାଗ୍ରାମ ହେଉଛି ଫେସବୁକର ମାଲିକାନା । ଏହାପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ଲେଖାଯାଇଥିବା ଚିଠିରେ ଫେସବୁକ କହିଥିଲା, ଆପଣ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଯାହା ପୋଷ୍ଟ କରିଛନ୍ତି ତାହା ଜୁଭେନାଇଲ ଜଷ୍ଟିସ ଆକ୍ଟ ୨୦୧୫, ପୋକ୍ସୋ ଆକ୍ଟର ଧାରା ୨୩ ଏବଂ ଭାରତୀୟ ଦଣ୍ଡବିଧି ସଂହିତା ୨୮୮ଏ ଅନୁଯାୟୀ ବେଆଇନ ଅଟେ । ଏନ୍ସିପିସିଆର୍ ବିଜ୍ଞପ୍ତି ଅନୁଯାୟୀ, ଆପଣଙ୍କୁ ଏହି ପୋଷ୍ଟ ହଟାଇ ବାକୁ ଅନୁରୋଧ କରାଯାଉଛି । ସୂଚନାଯୋଗ୍ୟ, ଏନ୍ସିପିସିଆର୍ ଗତ ସପ୍ତାହରେ ଫେସବୁକକୁ କହିଥିଲା କି ଦିଲ୍ଲୀରେ କଥିତ ବଳାତ୍କାର ପୀଡିତା ୯ ବର୍ଷର ଝିଅଙ୍କ ମାତାପିତାଙ୍କ ଫଟୋ ପୋଷ୍ଟ କରିଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ର୍ହଣ କରାଯାଉ ।