ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ତଳମୂଳ ପାଟଣା ଗ୍ରାମର ଚବିଶ ସାହୁ (୪୦)ଙ୍କର ଥିବା ଅଟାକଳ ଉପରେ ଗତକାଲି ଅପରାହ୍ନରେ ଜିଲ୍ଲା ସ୍ୱତନ୍ତ୍ର ସ୍କ୍ୱାର୍ଡ ଅତିରିକ୍ତ ଚଢ଼ାଉ | ଅଟାକଳରେ ବିଭିନ୍ନ ବ୍ରାଣ୍ଡର ଅପମିଶ୍ରଣ ହୋଇ ତିଆରି ହେଉଥିବା ଅଟା ଓ ହଳଦୀ ଜବତ କରି ଚବିଶ ସାହୁକୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି ।

ପୋଲିସ ସୂତ୍ରରୁ ପ୍ରକାଶ ଯେ ଚବିଶ ବହୁତ ଦିନ ଧରି ନିଜ ଅଟା କଳରେ ପଦ୍ମା ଚକି ଫ୍ରେସ ଅଟା, ଆଶୀର୍ବାଦ ଅଟା ପରି ବିଭିନ୍ନ ବ୍ରାଣ୍ଡର ଜରିରେ ପ୍ୟାକକରି ଅଟା ନିଜେ ପ୍ରସ୍ତୁତ କରୁଥିଲେ । ସେହିପରି ତାଙ୍କ ଠାରୁ ବିଭିନ୍ନ ବ୍ରାଣ୍ଡର ହଳଦୀ ପ୍ୟାକେଟ ସହିତ ପ୍ୟାକିଂ ମେସିନ, ବିଭିନ୍ନ ବ୍ରାଣ୍ଡର ଜରୀ ଜବତ କରି ସମ୍ପୂର୍ଣ୍ଣ ଅଟା କଳକୁ ସିଲ କରିଦେଇଛନ୍ତି ସ୍ୱତନ୍ତ୍ର ସ୍କ୍ୱାର୍ଡ ।

ଚବିଶକୁ ଗତକାଲି ରାତିରେ ଗିରଫ କରିଥିବା ବେଳେ ଆଜି ତାଙ୍କୁ ଖାଦ୍ୟରେ ଅପମିଶ୍ରଣ , ବିଭିନ୍ନ ନାମୀ ଦାମୀ ବ୍ରାଣ୍ଡରେ ଗ୍ରାହକ ମାନଙ୍କୁ ଠକିବା, ଖାଦ୍ୟରେ ଜୀବନ ନେବାଭଳି ଓ ଅଖାଦ୍ୟ ଅପମିଶ୍ରଣ ଦଫାରେ କୋର୍ଟ ଚାଲାଣ କରିଛି ।
