ଭୁବନେଶ୍ୱର ବାପୁଜୀନଗର ସ୍ଥିତ ଷ୍ଟେଟ ବ୍ୟାଙ୍କରେ ଅଗ୍ନିକାଣ୍ଡ। ଆଜି ଭୋର୍ ପ୍ରାୟ ୫ଟା ବେଳେ ବ୍ୟାଙ୍କର ତୃତୀୟ ମହଲାରେ ନିଆଁ ଲାଗି ଯାଇଥିଲା।
ଖବର ପାଇବା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଏହି ଅଗ୍ନିକାଣ୍ଡ ଯୋଗୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ଯାଇଥିବା କୁହାଯାଇଛି।
ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ। ତେବେ ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁ ଏହା ହୋଇଥାଇପାରେ ବୋଲି କୁହାଯାଉଛି।
କ୍ଷୟକ୍ଷତିର ପ୍ରକୃତ ପରିମାଣ ଜଣାପଡ଼ି ନାହିଁ।
Sign in
Sign in
Recover your password.
A password will be e-mailed to you.