Odia News Portal

BRSରେ ମିଶିବାକୁ ହାଇଦ୍ରାବାଦ ଯାଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ

ଆଜି ହାଇଦ୍ରାବାଦରେ BRS ରେ ବିଧିବଦ୍ଧ ଭାବେ ମିଶିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ, ଶିଶିର ଗମାଙ୍ଗ ଏବଂ ହେମା ଗାମାଙ୍ଗ। ଭୁବନେଶ୍ୱରରୁ ହାଇଦ୍ରାବାଦ ଯାଉଛନ୍ତି ଗିରିଧାରୀ ଗମାଙ୍ଗ ପରିବାର । କିଛି ସମୟତଳେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲେ ।

ଅନ୍ୟପଟେ ଆଜି ଜୟରାମ ପାଙ୍ଗୀ ଏବଂ ରାମଚନ୍ଦ୍ର ହାଁସଦା ମଧ୍ୟ ହାଇଦ୍ରାବାଦରେ BRS ରେ ଯୋଗ ଦେବେ । ପୂର୍ବତନ ବିଧାୟକ, ନବୀନ ନନ୍ଦ, ବୃନ୍ଦାବନ ମାଝୀ, ରାଘବ ସେଠୀ, ଦେବରାଜ ସେଠ, ବିଶିଷ୍ଟ ଚାଷୀ ନେତା ଅକ୍ଷୟ କୁମାର, ଚାଷୀ ନେତା ଶେଷଦେଵ ନନ୍ଦ, ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଆଜି BRS ରେ ଯୋଗ ଦେବେ । ୯ ଜଣ ପୂର୍ବତନ ବିଧାୟକ, ଜଣେ ପୂର୍ବତନ ସାଂସଦ ଆଜି ମିଶୁଛନ୍ତି। ସେହିପରି ବହୁ ଚାଷୀ ନେତା, ସମାଜସେବୀ, ଆଇନଜୀବୀ ମଧ୍ୟ BRS ମୁଖ୍ୟ କେ. ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତରେ ଦଳରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ୧୪୭ ଓ ୨୧ ସାଂସଦ ପାଇଁ ପ୍ରାର୍ଥୀ ଦଳରେ ସାମିଲ ହେବେ । ଓଡ଼ିଶା ଇତିହାସ ଓ ଭୂଗୋଳର ପରିବର୍ତ୍ତନ ହେବ ବୋଲି ଚର୍ଚ୍ଚା ହେଉଛି ।