ବ୍ରହ୍ମପୁର: ୧୦ ବର୍ଷର ନାବାଳିକା ସହ ଗଣଦୁଷ୍କର୍ମ | ନାବାଳିକା ଜଣକ ଘରେ ଏକୁଟିଆ ଥିବା ସମୟରେ ୩ଜଣ ନାବାଳକ ଏଭଳି କାଣ୍ଡ ଘଟାଇଥିବା ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲା ସଦରଥାନା ଅନ୍ତର୍ଗତ ଏକ ଗାଁରେ ଘଟିଛି ଏପରି ଲଜ୍ଜାଜନକ ଘଟଣା । ଅଭିଯୋଗ ଆସିବା ପରେ ପୋଲିସ ୩ ନାବାଳକଙ୍କୁ ପଚରାଉଚରା ଜାରି ରଖିଛି ।
ସୂଚନାନୁଯାୟୀ, ସଦରଥାନା ଅନ୍ତର୍ଗତ ଏକ ଗାଁରୁ ଆସିଛି ଏହିଭଳି ସାଙ୍ଘାତିକ ଘଟଣା । ଜଣେ ୧୦ବର୍ଷର ନାବାଳିକା ଘରେ ଏକୁଟିଆ ସମୟରେ ସେହି ଗାଁର ୩ଜଣ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି । ଏନେଇ ଅଭିଯୋଗ ଆସିବା ପରେ ଆକ୍ସନ ମୋଡ଼କୁ ଆସିଛି ବ୍ରହ୍ମପୁର ପୋଲିସ । ଘଟଣାରେ ସଂପୃକ୍ତ ଥିବା ୩ଜଣ ଅଭିଯୁକ୍ତ ବର୍ତ୍ତମାନ ପୋଲିସ କବ୍ଜାରେ ଥିବା ସୂଚନା ମିଳିଛି । ପୋଲିସ ୩ଜଣ ନାବାଳକଙ୍କୁ ଘଟଣା ବିଷୟରେ ପଚରାଉଚରା କରୁଛି । ଘଟଣାରେ ଅଧିକ ତଥ୍ୟ ଯୋଗାଡରେ ଲାଗିଛି ପୋଲିସ ।