Odia News Portal

ଓଡ଼ିଶା ପହଞ୍ଚିଲା ଫେରାର ଗ୍ୟାଙ୍ଗଷ୍ଟର ହାଇଦର

ଭୁବନେଶ୍ବର: ଓଡ଼ିଶାରେ ଫେରିଲା ଫେରାର ଗ୍ୟାଙ୍ଗଷ୍ଟର ହାଇଦର । ତେଲେଙ୍ଗାନାରୁ ଆଜି ହାଇଦରକୁ ଭୁବନେଶ୍ବର ଅଣା ଯାଇଛି । ସୂଚନା ଅନୁଯାୟୀ, ହାଇଦର ତେଲେଙ୍ଗାନାରୁ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚବା ପରେ କଡା ସୁରକ୍ଷା ମଧ୍ୟରେ ବିମାନ ବନ୍ଦରରୁ କଟକ ନିଆଯାଉଛି ।

ଆଜି ଜେଏମଏଫସି କୋର୍ଟରେ ହାଜର କରିବା ପରେ, ଟ୍ରାଂଜିଟ ରିମାଣ୍ଡରେ ଓଡିଶା ଆସିଛି ହାଇଦର ।ହାଇଦରକୁ ଭୁବନେଶ୍ୱରରୁ କଟକକୁ ଅଣାଯାଉଛି । କଟକ କୋର୍ଟରେ ହାଜର କରାଯିବ । କଟକର ଜଣେ ବରିଷ୍ଠ ଅଧିକାରୀଙ୍କ ଏନେଇ ସୂଚନା ଦେଇଛନ୍ତି ।କାଲି ତେଲେଙ୍ଗାନା ସଙ୍ଗାରେଡ୍ଡୀରେ ଗିରଫ ହୋଇଥିଲା ହାଇଦର ।