Odia News Portal

ହାଇଦରକୁ କରୋନା, ବଢିଲା ପୋଲିସର ଅଡୁଆ

*ଇନ୍ସପେକ୍ଟର ରଶ୍ମିରଂଜନ ମହାପାତ୍ର ,ଇନ୍ସପେକ୍ଟର ତାପସ ପ୍ରଧାନ ଓ ଟିମ୍ ସଦସ୍ୟଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ।

ଭୁବନେଶ୍ବର: କରୋନାରେ ଆକ୍ରାନ୍ତ ଗ୍ୟାଙ୍ଗଷ୍ଟର ହାଇଦର । କୋର୍ଟ ଚାଲାଣ ପୂର୍ବରୁ ହାଇଦର କରାଯାଇଥିଲା କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି । ଅଦାଲତ ଆଜି ସକାଳ ୭ଟାରୁ ହାଇଦରକୁ ୭ ଦିନିଆ ପୁଲିସ ରିମାଣ୍ଡ୍ ପାଇଁ ଅନୁମତି ଦେଇଥିଲେ । ତେବେ ଏଭଳି ସ୍ଥିତିରେ ବର୍ତ୍ତମାନ ଅଡୁଆରେ ପଡ଼ିଯାଇଛି ପୋଲିସ ।

ସେହିଭଳି ହାଇଦରକୁ ଧରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଇନ୍ସପେକ୍ଟର ରଶ୍ମିରଂଜନ ମହାପାତ୍ର ,ଇନ୍ସପେକ୍ଟର ତାପସ ପ୍ରଧାନ ଓ ଟିମ୍ ସଦସ୍ୟଙ୍କୁ ହାଇଦରର ଆରଟିପିସିଆର୍ ରିପୋର୍ଟ ଆସିବା ପରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି। ହାଇଦର୍ ସହିତ ନିକଟତର ହୋଇଥିବା ଅନ୍ୟ ଅଧିକାରୀ ମାନଙ୍କୁ ବି ସତର୍କ କରି ଦିଆଯାଇଛି ।ଏହା ସହିତ ହାଇଦର ଯେଉଁ ବିମାନରେ ଆସିଥିଲା, ସେହି ବିମାନ ସଂସ୍ଥାକୁ ଘଟଣା ସଂପର୍କରେ ମଧ୍ୟ ଜଣା ଯାଇଛି।

ସୂଚନା ଅନଯାୟୀ, କିଛି ଦିନ ତଳେ କଟକ ଏସ୍‌ସିବିରୁ ଚମ୍ପଟ ମାରିଥିଲା ଗ୍ୟାଙ୍ଗଷ୍ଟାର ହାଇଦର । କମିଶନରେଟ୍‌ ପୋଲିସର ଅକ୍ଲାନ୍ତ ପରିଶ୍ରମ ଏବଂ ପ୍ରାୟ ୫ଦିନ ପରେ ହାଇଦରକୁ ତେଲେଙ୍ଗାନାରୁ ଗିରଫ କରିଥିଲା କମିଶନରେଟ୍‌ ପୋଲିସ । ତେଲେଙ୍ଗାନା ପୋଲିସର ସହାୟତାରେ ହାଇଦରକୁ ଗିରଫ କରିଥିଲା ପୋଲିସ । ଏହାପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହାଇଦରକୁ ଓଡିଶା ଅଣାଯାଇଥିଲା ।