Odia News Portal

୧୨୦ କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

ବୌଦ୍ଧ ପୁଲିସ ଏକ କାର ସହ ୧୨୦ କେଜି ଗଞ୍ଜେଇ ଜବତ କରିଛି । ସୂଚନା ମତେ ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବୌଦ୍ଧ ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସହରର ପୁରୁଣା ଆଇଟିଆଇ ଠାରେ ଜଗି ରହିଥିଲା । ଏହି ସମୟରେ ଏକ ଧଳା ରଙ୍ଗର କାର ଯାଉଥିବା ବେଳେ ସନ୍ଦେହରେ ପୁଲିସ ତାହା ଅଟକାଇଥିଲା । କିନ୍ତୁ ଗାଡିର ଚାଳକ ଗାଡିକୁ ଛାଡି ଫେରାର ହୋଇଯାଇଥିବା ପୁଲିସ ସୁତ୍ରରୁ ଜଣାପଡିଛି । ପୁଲିସ ଗାଡି ଭିତରେ ଥିବା ୫ଟି ଜରିବସ୍ତା ମଧ୍ୟରୁ ୧୨୦ କେଜି ଗଞ୍ଜେଇ ଜବତ କରିବା ସହ କାରଟିକୁ ମଧ୍ୟ ଜବତ କରିଛି । ଏନେଇ ବୌଦ୍ଧ ଥାନାରେ ଏକ ମାମଲା ୨୫୫/୨୨ରେ ରୁଜୁ ହୋଇଛି ।