Odia News Portal

ମୃତ୍ୟୁ ପରେ ସମ୍ପର୍କୀୟ ଛୁଇଁଲେନି ଶବ

*ପିପିଇ କିଟ୍ ପିନ୍ଧି ସରକାରୀ କର୍ମଚାରୀ କଲେ ଶବ ସତ୍କାର |

ଗଞ୍ଜାମ: କରୋନା ମହାମାରୀ ସମୟରେ ଧିରେ ଧିରେ ମରିଯାଉଛି ମାନବିକତା |ମୃତ୍ୟୁ ପରେ ଲୋକ ଶବକୁ ମଧ୍ୟ ଛୁଇଁବାକୁ ଡରୁଛନ୍ତି | ସେହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ | ଗଞ୍ଜାମ ହିଞ୍ଜିଳିକାଟୁରେ ଜଣେ ପାରାଦ୍ୱୀର ଫେରନ୍ତା ଯୁବକଙ୍କ କରୋନାରେ ମୃତ୍ୟୁ ହେବାପରେ ଶବକୁ ସଂପର୍କୀୟ ଓ ସାଇପଡିଶା ଛୁଇଁନଥିଲେ । ଡି ଗୋବିନ୍ଦ ନାମକ ଜଣେ ବ୍ୟକ୍ତିଙ୍କ ମୃତଦେହ ଜବତ କରାଯାଇଛି । ତେବେ ଆଖ ପାଖ ପଡୋଶୀ କରୋନା ସଂକ୍ରମଣ ଭୟରେ ମୃତଦେହକୁ ଶ୍ମସାନକୁ ନେବାକୁ ମଧ୍ୟ କେହି ରାଜି ହୋଇନଥି​‌ଲେ । ଜିଲ୍ଲା ପ୍ରଶାସନକୁ ଖବର ଦିଆଯିବା ପରେ ବିଡିଓ ଓ ପୌରନିର୍ବାହୀ ଅଧିକାରୀଙ୍କ ସମେତ ଦମକଳ ବାହିନୀ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ପ୍ରାୟ ୧୦ ଘଣ୍ଟା କାଳ ଶବ ପଡିରହିବା ପରେ କିଛି ସ୍ୱେଚ୍ଛାସେବୀଙ୍କ ସହାୟତାରେ ଶବକୁ ଘରୁ ବାହାର କରି ଶ୍ମଶାନକୁ ନେଇଥିଲେ ଓ ସତ୍କାର କରିଥିଲେ । ଗତ ୨ ଦିନ ହେଲା ପାରାଦୀପରୁ ଫେରିଥିଲେ ଏବଂ ଅସୁସ୍ଥ ହୋଇପଡିଥିଲେ ଡି ଗୋବିନ୍ଦ । ଅସୁସ୍ଥତା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ କରୋନା ସଂକ୍ରମଣ ହୋଇଥିବା ଭାବି ଗାଁ ଲୋକେ ଶବ ଦାହ କରିବା ପାଇଁ ଆସିନଥିଲେ । ପରେ ଏହି ଭଳି ବିପଦ ସମୟରେ ଶବ ସଂସ୍କାର ପାଇଁ ବିଡିଓ ଓ ପୌରନିର୍ବାହୀ ଅଧିକାରୀଙ୍କ ସମେତ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥି​‌ଲେ । ପିପିଇ କିଟ୍ ପିନ୍ଧି ସରକାରୀ କର୍ମଚାରୀମାନେ ଶବ ସତ୍କାର କରିଥିଲେ । ପରେ ଜିଲ୍ଲାପାଳ ଟ୍ବିଟ୍‌ କରି ଘଟଣା ବାବଦରେ ଅବଗତ କରାଇବା ସହିତ ଧନ୍ୟବାଦ ଜଣାଇଛନ୍ତି ।