Odia News Portal

ପୁରୁଣା ୟୁନିଟ୍ ଚଳାଇବା ସପକ୍ଷରେ ରାଜ୍ୟ

ଭୁବନେଶ୍ୱର : ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର ଚାଲୁ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଲେଖିଥିବା ପତ୍ର ଅନୁସାରେ ରାଜ୍ୟ ସରକାର ଓ ଏନ୍ଟିପିସିଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟତଃ ତାଳଚେରରେ ଥିବା ପୁରୁଣା ତାପଜ ବିଦ୍ୟୁତ କେନ୍ଦ୍ର ଚଳାଇବା ଏବଂ ନୂଆ ୟୁନିଟ୍ ପ୍ରତିଷ୍ଠା ବିଷୟରେ ଆଲୋଚନା ହୋଇଥିଲା ।

ତାଳଚେରରେ ରାଜ୍ୟର ବିଦୁ୍ୟତ୍ ଚାହିଦା ଅନୁସାରେ ଗୋଟିଏ କିମ୍ବା ଦୁଇଟି ଅଲଟ୍ରା-ମେଗା ପାୱାର ୟୁନିଟ୍ ପ୍ରତିଷ୍ଠା ନିମନ୍ତେ ନିଷ୍ପତ୍ତି ହୋଇଥିଲା । ଏହି ନୂଆ ୟୁନିଟର ପ୍ରତିଷ୍ଠା, ଉତ୍ପାଦିତ ବିଦ୍ୟୁତ ବିପଣୀ ଓ କାରବାର ସମ୍ବନ୍ଧରେ ଗ୍ରୀଡ଼କୋ ଏବଂ ଏନଟିପିସି ମିଳିତ ଭାବେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବେ ବୋଲି ସ୍ଥିତର ହୋଇଥିଲା । ଏ ବିଷୟରେ ଖୁବଶୀଘ୍ର ରାଜ୍ୟ ସରକାରଙ୍କୁ ପତ୍ର ମାଧ୍ୟମରେ ଜଣାଇ ଦିଆଯିବ ବୋଲି
ଏନଟିପିସିର ଅଧ୍ୟକ୍ଷ ଗୁରୁଦୀପ ସିଂ କହିଥିଲେ ।

ତାଳଚେରରେ ନୂଆ ୟୁନିଟ୍ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ପୁରୁଣା ୟୁନିଟକୁ ଚଳାଇ ରଖିବା ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗୁରୁତ୍ୱାରୋପ କରିଥିଲେ । ଏହି ପ୍ଲାଣ୍ଟ ସହ ଅନେକ ଲୋକଙ୍କର ଜୀବିକା ଜଡିତ ଥିବାରୁ ଏହା ଚଳାଇ ରଖିବା ଏକାନ୍ତ ଆବଶ୍ୟକ ବୋଲି ଶ୍ରୀ ମହାପାତ୍ର କହିଥିଲେ । ତାଳଚେର ତାପଜ କେନ୍ଦ୍ରଏନଟିପିସିର ଉକ୍ରୃଷ୍ଟ କେନ୍ଦ୍ର ଭାବେ ଜାତୀୟସ୍ତରରେ ପୁରସ୍କୃତ ହୋଇଛି । କିଛି ପୁଞ୍ଜି ବନିଯୋଗ ସହ ଏହି ପ୍ଲାଣ୍ଟର ନବୀକରଣ କରି ଏହାକ ପୁନଃ ଚଳାଇବା ଉଚିତ୍ ହେବ ବୋଳି ମଧ୍ୟ ମୁଖ୍ୟ ଶାସନ ସଚିବ କହିଥିଲେ ।