Odia News Portal

ଖୋଲିଲା ଗୁଣ୍ଡିଚା ମନ୍ଦିର, ମହାପ୍ରଭୁଙ୍କ ଜନ୍ମବେଦୀକୁ ପ୍ରବେଶ କଲେ ଶ୍ରଦ୍ଧାଳୁ

ଅପେକ୍ଷାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ଭକ୍ତଙ୍କ ପାଇଁ ଖୋଲିଲା ଗୁଣ୍ଡିଚା ମନ୍ଦିର। ଦୀର୍ଘ ୬ ବର୍ଷ ପରେ ସର୍ବସାଧାରଣ ପାଇଁ ଖୋଲିଛି ମହାପ୍ରଭୁଙ୍କ ଜନ୍ମବେଦୀ। ସକାଳ ୭ଟା ୪୫ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଦ୍ବାର ଖୋଲାଯିବା ପରେ ଶ୍ରଦ୍ଧାଳୁମାନେ ଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି। ପ୍ରଥମ ୩ ଦିନ ଭକ୍ତଙ୍କ ପାଇଁ ଦର୍ଶନ ସମ୍ପୂର୍ଣ୍ଣ ମାଗଣା ରହିଥିବା ବେଳେ, ଏହାପରେ ପ୍ରବେଶ ପାଇଁ ଦେବାକୁ ପଡ଼ିବ ୧୦ ଟଙ୍କା ଶୁଳ୍କ। ତେବେ ବରିଷ୍ଠ ନାଗରିକ, ଛୋଟ ଶିଶୁ ଓ ଦିବ୍ୟାଙ୍ଗଙ୍କ ପାଇଁ ରହିଛି ମାଗଣା ଦର୍ଶନ ବ୍ୟବସ୍ଥା। ଭକ୍ତଙ୍କ ସୁବିଧା ପାଇଁ ଜୋତା ଓ ମୋବାଇଲ୍ ରଖିବାର ନିଶୁଳ୍କ ବ୍ୟବସ୍ଥା ସହ ଦିବ୍ୟାଙ୍ଗଙ୍କ ପାଇଁ କରାଯାଇଛି ରାମ୍ପ ବ୍ୟବସ୍ଥା। 

ସୁରକ୍ଷା ଦୃଷ୍ଟିରୁ ମନ୍ଦିର ପରିସରରେ ଲଗାଯାଇଛି ସିସିଟିଭି। ପ୍ରାଥମିକ ଭାବେ ସିଂହଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। ଦୀର୍ଘବର୍ଷ ହେବ ଶ୍ରୀଗୁଣ୍ଡିଚା ମନ୍ଦିର ବନ୍ଦ ରହିଥିବାରୁ ଭକ୍ତମାନେ ଭିତରକୁ ଯାଇ ନପାରି ବାହାରୁ ନିରାଶ ହୋଇ ଫେରୁଥିଲେ। ଆଜି ଭିତରକୁ ଯିବାର ସୁଯୋଗ ମିଳିଥିବାରୁ ଶ୍ରଦ୍ଧାଳୁମାନେ ଖୁସି ପ୍ରକାଶ କରିଛନ୍ତି।