Odia News Portal

ହାର୍ଡକୋର ମାଓବାଦୀ ହୁଙ୍ଗା ମୃତ

ମାଲକାନଗିରି :ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ଦନ୍ତେୱାଡା ଜିଲ୍ଲାରେ ଏନକାଉଣ୍ଟର । ନକ୍ସଲ ପନ୍ଥି ଓ ଡିଆରଜି ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଜଣେ ହାର୍ଡକୋର ମାଓବାଦୀ ପ୍ରାଣ ହରାଇଛନ୍ତି । ମୃତ ନକ୍ସଲ ଜଣକ ହେଲେ ବେଟ୍ଟି ହୁଙ୍ଗା ଓ ତାଙ୍କ ମୁଣ୍ଡ ଉପରେ ଛତିଶଗଡ ସରକାର ପୁର୍ବରୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ଗିଦାମ ଜଙ୍ଗଲ ଭିତରେ ମାଓବାଦୀ ମାନେ ଏକ କ୍ୟାମ୍ପ କରି ରହିଥିବା ନେଉ ପୋଲିସ ଗୁଇନ୍ଦା ବିଭାଗ କୁ ସୁଚନା ମିଳିଥିଲା । ଏହା ପରେ ଡିଆରଜି ବାହିନୀ ପକ୍ଷରୁ ଉକ୍ତ ଅଞ୍ଚଳରେ କୁମିଂ ଅପରେସନ ଆରମ୍ଭ ହୋଇଥିଲା ।
ଏହି ଏନକାଉଣ୍ଟର ପରେ ଘଟଣା ସ୍ଥଳରୁ ଗୋଟିଏ 2KG ଓଜନର IED, ଗୋଟିଏ 8MM ପିସ୍ତଲ, ତାର 6 ବଣ୍ଡଲ , ଗୋଟିଏ ଧନୁ, ବିଭିନ୍ନ ପ୍ରକାରର ଔଷଧ , ଗୋଟିଏ ଟିଫିନ ବୋମା ଓ ବ୍ୟାଟେରୀ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି