Odia News Portal

ଏନକାଉଣ୍ଟରରେ ହାର୍ଡକୋର ମହିଳା ମାଓନେତ୍ରୀଙ୍କ ମୃତ୍ୟୁ

୫ ତାରିଖରେ ବନ୍ଦ ଡାକରା

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଏନକାଉଣ୍ଟରରେ ଜଣେ ହାର୍ଡକୋର ମହିଳା ମାଓନେତ୍ରୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି।

ସୂଚନା ମୁତାବକ, ଦାନ୍ତେୱାଡା ଜିଲ୍ଲାର ଗିଦାମ ଥାନା ଅଞ୍ଚଳରେ ମାଓ କ୍ୟାମ୍ପ ଚାଲିଥିବା ନେଇ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା । ଏହା ପରେ ଡିଆରଜି ଓ ସିଆରପିଏଫ ବାହିନୀ ପକ୍ଷରୁ ମିଳିତ ଭାବେ କୁମ୍ବିଙ୍ଗ ଅପରେସନ ଆରମ୍ଭ କରାଯାଇଥିଲା । ଯବାନଙ୍କୁ ଆସିବା ଦେଖୁ ମାଓବାଦୀମାନେ ପ୍ରଥମେ ଗୁଳି ଚାଳନା କରିବାରୁ ସୁରକ୍ଷାବାହିନୀ ମଧ୍ୟ ପାଲଟା ଆକ୍ରମଣ କରିଥିଲେ । ଉଭୟ ପକ୍ଷ ମଧ୍ୟରେ ଅଧ ଘଂଟାରୁ ଉର୍ଦ୍ଧ୍ବ ସମୟ ଧରି ଗୁଳି ବିନିମୟ ହେବା ପରେ ମାଓବାଦୀମାନେ ଘଟଣାସ୍ଥଳ ଛାଡି ପଳାୟନ କରିଥିଲେ । ଯବାନମାନେ ଘଟଣାସ୍ଥଳକୁ ସର୍ଚ୍ଚ କରିବାରୁ ଜଣେ ହାର୍ଡକୋରର ମାଓନେତ୍ରୀଙ୍କ ଶବ ଜବତ କରିଥିବା ବେଳେ ସେ ପିଏଲଜିଏ ପ୍ଲାଟୁନ ନମ୍ବର ୧୬ର ସଦସ୍ୟ ଓ ତାଙ୍କ ନାମ ୱାଇକେ ପୋକ୍ମ ବୋଲି ଜଣା ପଡ଼ିଛି । ୱାଇକେଙ୍କୁ ଗିରଫ କରିବା ଲାଗି ସରକାର ପୂର୍ବରୁ ୨ ଲକ୍ଷ ଟଙ୍କାର ଅର୍ଥ ରାଶି ଘୋଷଣା କରିଥିବା ଦାନ୍ତେୱାଡା ଏସପି ଅଭିଶେକ ପଲ୍ଲଭ ସୂଚନା ଦେଇଛନ୍ତି । ଏହାସହ ସମ୍ପୃକ୍ତ ଅଞ୍ଚଳରେ ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା ଏସପି କହିଛନ୍ତି ।

ମାଲକାନଗିରି ଜିଲ୍ଲାର ଦଣ୍ଡକାରଣ୍ୟ ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ଅ ।ସନ୍ତା ଜୁନ ୫ ତାରିଖରେ ବନ୍ଦ ଡାକରା ଦିଅ ।ଯାଇଛି । ମାଲକାନଗିରି ଜିଲ୍ଲା ସୀମାନ୍ତବର୍ତ୍ତୀ ଛତିଶଗଡ ରାଜ୍ୟ ମାଓ ସଂଗଠନ ପକ୍ଷରୁ ମାଓ ନେତା ବିକଳ୍ପ ପ୍ରେସ ବିଜ୍ଞପ୍ତିରେ ଲେଖିଛନ୍ତି, ଯେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଅ ।ଦିବାସୀ ଅଞ୍ଚଳରେ କେନ୍ଦ୍ରୀୟ ଯବାନ ମୃତୟନ କରି ନୂତନ ଶିବିର ପ୍ରତିଷ୍ଠା କରି ଅ।ଦିବାସୀଙ୍କୁ ର୍ନିଯାତନା ଦେବା ସହ ଜଳ, ଜମି ଓ ଜଙ୍ଗଲ ହକକୁ ଛଡାଇବା ପାଇଁ ଉଦ୍ୟମ କରୁଥିବାରୁ ପ୍ରଜା ବିରୋଧୀ ଆନ୍ଦୋଳନ କରି ନିଜର ହକ ପାଇଁ ଲଢେଇ କରୁଥିବା ଜନତାଙ୍କ ପକ୍ଷରୁ ଏହି ବନ୍ଦ ଡାକରା ଦିଅ ।ଯାଇଛି । କେନ୍ଦ୍ର ବ୍ରାହ୍ମଣ, ହିନ୍ଦୁତ୍ୱ, ଫାସିବାଦ, ଭାଜପା ସରକାର ଏବଂ ରାଜ୍ୟ ଜନବିରୋଧୀ କଂଗ୍ରେସ ମୁଖ୍ୟମନ୍ତ୍ରୀ ଙ୍କ ସରକାର ଯେଉଁ ଜନବିରୋଧୀ ଓ ଦେଶଦ୍ରୋହୀଙ୍କ ବିରୋଧରେ ଅ ।ନେ୍ଦାଳନ ତୀବ୍ରତର କରିବାକୁ ଅ।ହ୍ୱାନ ଦିଅ।ଯାଇ ଥିବାବେଳେ ଏନକାଉଣ୍ଟର ନାମରେ ନିରୀହଙ୍କୁ ହତ୍ୟା, ମାଓବାଦୀ ସମର୍ଥନ କରୁଥିବା ନାମରେ ନିରୀହ ଅ।ଦିବାସୀଙ୍କୁ ନିର୍ଯାତନା ବିରୋଧରେ ଆନ୍ଦୋଳନ ହେଉଥିବାରୁ ଏହି ବନ୍ଦ ଡାକରା ଦିଅ।ଯାଇଥିବା ଦର୍ଶାଯାଇଛି ।