Odia News Portal

ହକି ବିଶ୍ୱକପ ଟ୍ରଫିର ଆଜିଠୁ ଓଡ଼ିଶା ପରିକ୍ରମା

ବିଭିନ୍ନ ରାଜ୍ୟ ବୁଲିବା ପରେ ଆଜିଠାରୁ ଓଡ଼ିଶା ପରିକ୍ରମା କରିବ ହକି ବିଶ୍ବକପ୍‌ ଟ୍ରଫି। ସବୁ ଜିଲ୍ଲା ପରିକ୍ରମା କରିବ ଟ୍ରଫି । ଆଜି ଟ୍ରଫି ଭୁବନେଶ୍ବର ବୁଲିବ। ବିଶ୍ୱକପ ଟ୍ରଫିକୁ ସ୍ବାଗତ କରିବା ପାଇଁ ଭୁବନେଶ୍ବର ମହାନଗର ନିଗମ- ବିଏମ୍‌ସି ପକ୍ଷରୁ ବ୍ୟାପକ ଆୟୋଜନ ହୋଇଛି । ଆଜି ଦିନ ସାଢେ ୧୧ଟାରେ ଟ୍ରଫି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବ। ସେଠାରୁ ଏକ ଶୋଭାଯାତ୍ରାରେ ଟ୍ରଫିକୁ ଶିଶୁଭବନ ଛକ, ମାଉସୀମା ଆରଓବି, ରଥ ରୋଡ୍‌ ଦେଇ ଲିଙ୍ଗରାଜ ମନ୍ଦିର ନିଆଯିବ। ସେଠାରେ ମନ୍ତ୍ରୀ ଅଶୋକ ପଣ୍ଡା ଟ୍ରଫିକୁ ସ୍ବାଗତ କରିବେ। ସେଠାରେ ପୁରୀରୁ ଆସିଥିବା ଶହେ ପଣ୍ଡିତ ବେଦ ପାଠ କରିବେ।

ବିଶ୍ୱକପ୍ ଟ୍ରଫି ଶୋଭାଯାତ୍ରାରେ କଳ୍ପନା ଛକ, କଟକ ରୋଡ୍‌ ଦେଇ ଏସପ୍ଲାନେଡ୍‌ ଗାର୍ଡେନ , ଫାୟାର ଷ୍ଟେସନ, କଳିଙ୍ଗ ଷ୍ଟୁଡିଓ ଛକ, ସମ୍‌ ହସ୍‌ପିଟାଲ ଛକ , ସୋଆର ନୂଆ ଖେଳ ପଡିଆ, କିଟ୍‌ ବିଶ୍ବବିଦ୍ୟାଳୟ ପଡ଼ିଆ(ଫାଟକ-୨ ଦେଇ) ପହଞ୍ଚିବ। ଭୁବନେଶ୍ୱର ପରିକ୍ରମା ସରିବା ପରେ ଟ୍ରଫି ନୟାଗଡ଼ ଅଭିମୁଖେ ବାହାରିବ।