Odia News Portal

ବୃଷ ରାଶି ଲୋକମାନଙ୍କର କେମିତି କଟିବ ୨୦୨୧,ଆସନ୍ତୁ ଜାଣିବା..

ବୃଷଭ ରାଶିର ଲୋକମାନେ ସାଧାରଣତଃ ଧୌର୍ଯ୍ୟଶୀଳ ହୋଇଥାଆନ୍ତି । କୌଣସି ବି ପରିସ୍ଥିତିକୁ ମଧ୍ୟ ସମ୍ଭାଳି ନିଅନ୍ତି । ମନ ଜିତିବା ଏମାନଙ୍କ ଠାରୁ ଶିଖିବା କଥା । ଏମାନେ ଭରସାଯୋଗ୍ୟ ହୋଇଥାଆନ୍ତି । ଏମାନେ ଧିର ଓ ଗମ୍ଭୀର ହୋଇଥାଆନ୍ତି । ବୃଷଭ ରାଶିର ସ୍ୱାମୀ ଶୁକ୍ର ଅଟନ୍ତି । ୨୦୨୧ ପାଇଁ ଶୁଭରଙ୍ଗ ଧଳା ଅଟେ । ୬ ନମ୍ବର ଆପଣଙ୍କ ପାଇଁ ଶୁଭଦାୟକ ଅଟେ ।

କ୍ୟାରିୟରରେ ନୂତନ କିଛି କରିବେ । ପରିବର୍ତ୍ତନ ପାଇଁ ବର୍ଷଟି ଉତ୍ତମ ଅଟେ । ବୁଧ ୨୬ ମଇ ୨୦୨୧ ଠାରୁ ୩ ଜୁନ୍ ୨୦୨୧ ପର୍ଯ୍ୟନ୍ତ ଏବଂ ୭ ଜୁଲାଇ ଠାରୁ ୨୫ ଜୁଲାଇ ପର୍ଯ୍ୟନ୍ତ ମିଥୁନ ରାଶିରେ ସ୍ୱଗ୍ରହୀ ହେବା ଦ୍ୱାରା ଭଦ୍ର ଯୋଗ ସୃଷ୍ଟି ହେବ । ଏହି ସମୟରେ ବିଜିନେସ୍ ରେ ବୃଦ୍ଧି ,ପାଠପଢା ଏବଂ ଅନ୍ୟାନ୍ୟ ପାରମଙ୍ଗତାରେ ଆଗକୁ ବଢିବେ । ନିଜକୁ ଅପଡେଟ୍ ରଖନ୍ତୁ । କିନ୍ତୁ ସିନିୟର୍ ଓ ଟିମ୍ କୁ ସାଥିରେ ନେଇ ଚାଲନ୍ତୁ । ନୂଆ ଜମିବାଡି, ଭୂମି କିମ୍ବା ଗୃହ କିଣିପାରନ୍ତି । ସରକାରୀ ଚାକିରୀରେ ଉନ୍ନତି ମିଳିବ । କୌଣସି ପୁରସ୍କାର ମିଳିପାରେ ।  ବିଦେଶ ଯାତ୍ରା ର ଯୋଗ ମଧ୍ୟ ରହିଛି ।

ପଇସା ସଞ୍ଚୟ  କରିବା ପାଇଁ ଆପଣଙ୍କୁ ତ୍ୟାଗ ଏବଂ ବୁଝାମଣା ର ଆବଶ୍ୟକତା ରହିଛି । ଆପଣ ଯେପରି କାହା ପାଖରେ ହାତ ନ ପତାନ୍ତି । ବୁଧ ଗ୍ରହ ୨୦୨୧ରେ ୩୦ ଅପ୍ରେଲ ରୁ ୨୬ ମଇ ପର୍ଯ୍ୟନ୍ତ ଜଡତ୍ୱ ଦୋଷ ସୃଷ୍ଟି କରିବେ । କାହାକୁ ପଇସା ଉଧାର ଦିଅନ୍ତୁ ନାହିଁ କି କାହାଠାରୁ ପଇସା ଉଧାର ନିଅନ୍ତୁ ନାହିଁ । ଆମଦାନୀ ଭଲ ହେବ କିନ୍ତୁ ପଇସା ରହିବ ନାହିଁ,ଏହା ସ୍ଥାୟୀ ସମ୍ପତ୍ତି ରେ ବିନିଯୋଗ ହେବ ।

ପାରିବାରିକ ସ୍ଥିତି ମଜ୍‌ଭୂତ ରହିବ କିନ୍ତୁ ରାହୁଙ୍କ ଯୋଗୁଁ  ମିଛ କଥା କହିବାରୁ ଦୂରେଇ ରୁହନ୍ତୁ । ଘରକୁ ନୂଆ ଅତିଥି ଆସିବେ । ପରିବାରରେ କାହାକୁ ପୁରସ୍କାର ମଧ୍ୟ ମିଳିପାରେ । ପିଲାମାନେ ଉନ୍ନତି କରିବେ । ଅଙ୍ଗାରକ ଯୋଗ ପାଇଁ ବିବାଦ ସୃଷ୍ଟି ହୋଇପାରେ, ତେଣୁ କଥାବାର୍ତ୍ତାରେ  ମଧୁରତା ରଖନ୍ତୁ ।

ସ୍ୱାସ୍ଥ୍ୟ ପାଇଁ ବର୍ଷଟି ମିଶ୍ରିତ ଫଳ ଦେବ । ଇମ୍ୟୁନିଟି କମ୍ ହୋଇପାରେ, ଚକ୍ଷୁଜନିତ ରୋଗ, ପେଟରୋଗ ଓ ଗୁପ୍ତାଙ୍ଗରେ ରୋଗ ଦେଖାଦେଇପାରେ । ୨୩ ମଇ ୨୦୨୧ ରୁ ୧୧ ଅକ୍ଟୋବର ପର୍ଯ୍ୟନ୍ତ ଶନୀ ବକ୍ରୀ ରହୁଥିବାରୁ ରୋଗର ପ୍ରାର୍ଦୁଭାବ ବଢିପାରେ । ମହିଳାମାନେ ଅଧିକ ଯତ୍ନବାନ ହୁଅନ୍ତୁ । ୧୬ ନଭେମ୍ବର ରୁ ୧୬ ଡିସେମ୍ବର ମଧ୍ୟରେ ଦୁର୍ଘଟଣା ର ସମ୍ଭାବନା ରହିଛି, ସତର୍କ ରୁହନ୍ତୁ । ଶିକ୍ଷାକ୍ଷତ୍ରରେ ୨୦୨୧ରେ ଅଧିକ ସଫଳତା ମିଳିବ । ଛାତ୍ର ଛାତ୍ରୀଙ୍କ ଭାଗ୍ୟୋଦୟର ସମୟ ରହିବ । ମଙ୍ଗଳ ୨୨ ଫେବୃଆରୀ  ରୁ ୧୩  ଅପ୍ରେଲ୍ ପର୍ଯ୍ୟନ୍ତ ରାହୁ ସହ ମିଶି ଅଙ୍ଗାରକ ଯୋଗ ସୃଷ୍ଟି କରିବେ । ସେଥିପାଇଁ ଯତ୍ନବାନ ରୁହନ୍ତୁ । ଶୁକ୍ର ୫ ସେପ୍ଟେମ୍ବର ୨୦୨୧ ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ତୁଳା ରାଶିରେ ସ୍ୱଗ୍ରହୀ ରହିବାବେଳେ ଶିକ୍ଷାରେ ଉନ୍ନତି ଦେଖିବାକୁ ମିଳିବ ।

ଏହି ବର୍ଷସାରା ଯାତ୍ରାର ଯୋଗ ରହିଛି । ପ୍ରଫେସ୍‌ନାଲ୍ ଏବଂ ଆଧ୍ୟାତ୍ମିକ ସମସ୍ତ କ୍ଷେତ୍ରରେ ଯାତ୍ରାର ଯୋଗ ରହିଛି ।

ଏହି ବର୍ଷ ଉପାୟ ସ୍ୱରୂପ ସୁନା ,ରୂପାର ମୁଦ୍ରିକା ପିନ୍ଧନ୍ତୁ । ଶୁକ୍ରବାର ଦିନ ମା ସନ୍ତୋଷୀଙ୍କ ପୂଜା କର ନ୍ତୁ । ୧୦ ବର୍ଷରୁ କମ୍ କନ୍ୟା ଙ୍କର ପୂଜନ କରନ୍ତୁ । ଶନିବାର ଦିନ ପିମ୍ପୁଡି ଙ୍କୁ ଅଟା ଦିଅନ୍ତୁ । ଘରର ମହିଳା ମାନଙ୍କୁ ସମ୍ମାନ ଦିଅନ୍ତୁ । ଭାଗ୍ୟୋଦୟ ପାଇଁ ମହାଲକ୍ଷ୍ମୀଓ ଗଣେଶଙ୍କ ପୂଜନ କରନ୍ତୁ ।