Odia News Portal

ଆଇଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ବର : ଆଇଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ପ୍ରମୁଖ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ଓଏଫଡିସି ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ମାସେ କାଳ ଛୁଟିରେ ଥିଲେ । ସେ କାର୍ଯ୍ୟରେ ଯୋଗ ଦେବାପରେ ବଦଳି ନିର୍ଦ୍ଦେଶ ଆସିଛି । ପ୍ରଦୀପ୍ତ ମହାପାତ୍ର ଆଇଏଏସ୍ ପରାଗ ଗୁପ୍ତାଙ୍କ ସ୍ଥାନ ନେବେ । ପରାଗଙ୍କୁ ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଏହି ବିଭାଗର ପ୍ରମୁଖ ସଚିବ ବିଜୟ ଆରୋରାଙ୍କୁ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଓଏସଡି ଭାବେ ବଦଳି କରାଯାଇଛି ।

ସୂଚନାଯୋଗ୍ୟ, ୧୯୮୮ ବ୍ୟାଚ୍ ଆଇଏଏସ୍ ତଥା ସ୍ୱାସ୍ଥ୍ୟ ସଚିବ ଶ୍ରୀ ମହାପାତ୍ର ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୧୫ତାରିଖ ପର୍ୟ୍ୟନ୍ତ ବ୍ୟକ୍ତିଗତ କାରଣରୁ ଛୁଟିରେ ଯାଇଥିଲେ । ତାଙ୍କ ପରିବର୍ତ୍ତେ କୃଷି ଉତ୍ପାଦନ କମିଶନର ଶ୍ରୀ ଶର୍ମା ସ୍ୱାସ୍ଥ୍ୟ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି।