Odia News Portal

ଗିରଫ ହେଲେ କୋଟିପତି IAS ପୂଜା ସିଂଘଲ

 ଶେଷରେ ଗିରଫ ହେଲେ ଆଇଏଏସ୍‌ ପୂଜା ସିଂଘଲ । କୁବେର ଆଇଏଏସ୍‌ଙ୍କ ଘରୁ କୋଟି କୋଟି ଟଙ୍କା ମିଳିବା ପରେ ତାଜୁବ ହୋଇଯାଇଥିଲେ ସମସ୍ତେ । ଝାଡଖଣ୍ଡ ଖଣି ବିଭାଗ ସଚିବ ଥିବା ଭାରତୀୟ ପ୍ରଶାସନିକ ଅଧିକାରୀ ପୂଜା ସିଂଘଲଙ୍କୁ ଗିରଫ କରାଯାଇଛି । ଦୀର୍ଘ ସମୟ ଧରି ପଚରା ଉଚରା କରିବା ପରେ ପୂଜା ସିଂଘଲଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ।

ଝାଡଖଣ୍ଡ କ୍ୟାଡର୍‌ ଆଇଏଏସ୍‌ ପୂଜା ସିଂଘଲଙ୍କ ଘରୁ ମିଳିଥିଲା ନଗଦ କୋଟି କୋଟି ଟଙ୍କା । ଇଡିର ଚଢାଉ ବେଳେ ତାଜୁବ ହୋଇ ଯାଇଥିଲେ ଅଧିକାରୀ । IAS ପୂଜା ସିଂଘଲଙ୍କ ଘରୁ କୋଟି କୋଟି ଟଙ୍କା ବାହାରିଥିଲା । ଟଙ୍କା ଗଣିଗଣି ନାକେଦମ ହୋଇଥିଲେ ଇଡି ଅଧିକାରୀ ।

ସୂଚନାଯୋଗ୍ୟ, ମନରେଗା ଦୁର୍ନୀତିର ଖୋଳତାଡ କରିବା ପାଇଁ ଇଡିକୁ ଝାଡଖଣ୍ଡ ସରକାର ନିର୍ଦ୍ଦେଶ ଦେଇଥିଲେ । ପରେ ଆକ୍ସନ ମୋଡକୁ ଆସିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବ୍ୟାପକ ଅର୍ଥ ହେରଫେର୍‌ ହୋଇଥିବା ନେଇ ଜଣାପଡିବା ପରେ ଝାଡଖଣ୍ଡର ପ୍ରାୟ ୨୦ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲା ଇଡି । ଆଇଏଏସ୍‌ ପୂଜା ସିଂଘଲଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟଙଙ୍କ ସମେତ ତାଙ୍କ ଘରେ ମଧ୍ୟ ଚଢାଉ କରାଯାଇଥିଲା । ରାଞ୍ଚି ସ୍ଥିତି ପୂଜା ସିଂଘଲଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟ ସୁମନ କୁମାରଙ୍କ ବାସଭବନରୁ ୧୭ କୋଟିରୁ ଅଧିକ ନଗଦ ଟଙ୍କା ମିଳିଥିଲା । ପଚରାଉଚରା କରିବା ପାଇଁ ପୂଜା ସିଂଘଲଙ୍କୁ ଇଡି କାର୍ଯ୍ୟାଳୟରେ ହାଜର କରାଯାଇଥିଲା । ହିସାବ ଦେଇ ନପାରିବାରୁ ଶେଷରେ ତାଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।