Odia News Portal

ଜାମସେଦପୁର ହାଟ୍ରିକ ରାସ୍ତାରେ ବେଙ୍ଗାଲୁରୁ ପ୍ରତିବନ୍ଧକ

ଜାମସେଦପୁର : ସ୍ଥାନୀୟ ଜେଆରଡି ଟାଟା ସ୍ପୋର୍ଟ୍ସ କଂପ୍ଲେକ୍ସ ଠାରେ ରବିବାର ଦିନ ହିରୋ ଇଣ୍ଡିଆନ ସୁପର ଲିଗର ଚତୁର୍ଦ୍ଦଶ ମ୍ୟାଚରେ ଗତ ବର୍ଷର ଚାମ୍ପିଅନ ବେଙ୍ଗାଲୁରୁ ଏଫସିକୁ ଭେଟିବା ବେଳେ ଜାମସେଦପୁର ଏଫସି ଘର ପଡିଆରେ ଲଗାତାର ତୃତୀୟ ବିଜୟ ସହିତ ହାଟ୍ରିକ ଅର୍ଜନ କରିବାକୁ ଲକ୍ଷ୍ୟ ରଖିବ ।

ଆଇସଏଲ ଷଷ୍ଟ ସିଜନରେ ଜାମସେଦପୁର ଦଳ ଦମଦାର ଢଙ୍ଗରେ ତାର ଅଭିଯାନ ଆରମ୍ଭ କରିଛି । ଦୁଇଟି ଘରୋଇ ମ୍ୟାଚରେ ଓଡିଶା ଏଫସି ଓ ହାଇଦରାବାଦ ଏଫସିକୁ ହରାଇ ପୁରା ଛଅ ପଏଣ୍ଟ ସଂଗ୍ରହ କରିଛି ଜାମସେଦପୁର ଏଫସି ।

ଆଇସଏଲ ଷଷ୍ଟ ସିଜନରେ ଜାମସେଦପୁର ଦଳ ଦମଦାର ଢଙ୍ଗରେ ତାର ଅଭିଯାନ ଆରମ୍ଭ କରିଛି ।ଦୁଇଟି ଘରୋଇ ମ୍ୟାଚରେ ଓଡିଶା ଏଫସି ଓ ହାଇଦରାବାଦ ଏଫସିକୁ ହରାଇ ପୁରା ଛଅ ପଏଣ୍ଟ ସଂଗ୍ରହ କରିଛି ଜାମସେଦପୁର ଏଫସି ।

ପ୍ରଶିକ୍ଷକ ଆଣ୍ଟନିଓ ଇରିଅଂଡୋଙ୍କ ଜାମସେଦପୁର ଦଳ ଆକ୍ରମଣାତ୍ମକ ଫୁଟବଲ ଖେଳି ପ୍ରତିପକ୍ଷ ଗୋଲପୋଷ୍ଟକୁ ଚାପରେ ରଖି ଆସିଛି । ସେମାନଙ୍କ ଖେଳ ଶୈଳୀର ମୁଖ୍ୟ ପ୍ରତୀକ ହୋଇ ଆସିଛନ୍ତି ମିଡ଼ଫିଲଡର ପିଟି । ସେ ଖେଳକୁ ନିଜ ନିୟନ୍ତ୍ରଣରେ ରଖି ରକ୍ଷଣ ଭେଦକାରୀ ପାସ ଦେବାରେ ସିଦ୍ଧହସ୍ତ ପାଲଟିଛନ୍ତି । ଏପର୍ଯ୍ୟନ୍ତ ଦୁଇଟି ମ୍ୟାଚ ଖେଳି ଗୋଟିଏ ବି ଜିତିପାରି ନଥିବା ବେଙ୍ଗାଲୁରୁ ବିପକ୍ଷରେ ତାଙ୍କ ଖେଳ ଜାମସେଦପୁର ପାଇଁ ଗୁରୁତ୍ୱପୁର୍ଣ୍ଣ ହେବ ।
ଇରିଅଣ୍ଡୋ କହନ୍ତି, ଗତବର୍ଷର ଚାମ୍ପିଅନ ଦଳ ବିପକ୍ଷରେ ଖେଳିବା ଏକ ବଡ ପରୀକ୍ଷା । ବେଙ୍ଗାଲୁରୁ ବହୁତ ଶକ୍ତିଶାଳୀ ଦଳ । ପଏଣ୍ଟ ଟେବୁଲ ଦେଖି ସେମାନଙ୍କୁ ତଉଲିବା ଭୁଲ ହେବ । କିନ୍ତୁ ଆମେ ଭଲ ଖେଳିଆସୁଛୁ । ତେଣୁ ଆସନ୍ତା କାଲି ଆମେ ଜିତିବାର ସମ୍ଭାବନା ରହିଛି । ନିଜ ଦଳ ଏବଂ ନିଜ ରଣନୀତି ଉପରେ ଦୃଷ୍ଟି କେନ୍ଦ୍ରୀଭୂତ କରିବା ହେଉଛି ଗୁରୁତ୍ୱପୁର୍ଣ୍ଣ ।

ଚଳିତ ଆଇଏସଏଲ ସିଜନରେ ଦୁଇଟି ଗୋଲ ଦେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜାମସେଦପୁର ଷ୍ଟ୍ରାଇକର ସର୍ଜିଓ କାଷ୍ଟେଲ ମଧ୍ୟ ରବିବାର ମ୍ୟାଚରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବେ । ଜାମସେଦପୁର ଦଳ ପାଇଁ କେବଳ ବିଦେଶୀ ଗୋଷ୍ଠୀ ନୁହନ୍ତିଫାରୁକ ଚୌଧୁରୀଆନିକେତ ଯାଦବ ଓ ମୋବାସିର ରହମାନଙ୍କ ଭଳି ଭାରତୀୟ ଖେଳାଳିମାନେ ମଧ୍ୟ ଭଲ ପ୍ରଦର୍ଶନ କରି ଆସିଛନ୍ତି ।

ଅନ୍ୟ ପକ୍ଷରେ ନିଜର ପୂର୍ବ ଦୁଇଟି ମ୍ୟାଚରୁ ମାତ୍ର ଗୋଟିଏ ପଏଣ୍ଟ ପାଇଥିବା ବେଙ୍ଗାଲୁରୁ ଏଫସି ଚଳିତ ସିଜନରେ ତାର ପ୍ରଥମ ବିଜୟ ପାଇଁ ଅପେକ୍ଷା କରୁଛି । ବେଙ୍ଗାଲୁରୁ ଦଳ ତାର ପ୍ରଥମ ମ୍ୟାଚ ନର୍ଥଇଷ୍ଟ ୟୁନାଇଟେଡ଼ ଏଫସି ସହିତ ଡ୍ର କରିବା ପରେ ଦ୍ଵିତୀୟରେ ଦୁର୍ଭାଗ୍ୟବଶତଃ ଏଫସି ଗୋଆ ସହିତ ପଏଣ୍ଟ ଭାଗ କରିଥିଲା । ଗୋଆର ଫେରାନ କରୋମିନାସ ଶେଷ ମୁହୁର୍ତ୍ତରେ ପେନାଲଟି କିକ ଯୋଗେ ଗୋଲ ଦେଇ ମ୍ୟାଚ ଡ୍ର କରିଥିଲେ ।

ସେ ସମ୍ପର୍କରେ ବେଙ୍ଗାଲୁରୁ ମୁଖ୍ୟ ପ୍ରଶିକ୍ଷକ କାର୍ଲସ କ୍ଵାଡ୍ରାଟ କହନ୍ତି, ଗୋଆ ବିପକ୍ଷ ମ୍ୟାଚରୁ ଆମେ ବହୁତ କିଛି ସକାରାତ୍ମକ ଫଳ ପାଇଛୁ । ଆମେ ପ୍ରଦର୍ଶନ କରିଥିବା ଖେଳ ନେଇ ମୁଁ ଗର୍ବିତ । ଆମ ରକ୍ଷଣଭାଗ ଖେଳାଳିମାନେ ପରିସ୍ଥିତିକୁ ଭଲ ଭାବେ ଅଧ୍ୟୟନ କରି କରୋଙ୍କୁ ବିଶେଷ ସୁଯୋଗ ଦେଇନଥିଲେ । ପୂର୍ବ ଦୁଇଟି ମ୍ୟାଚରେ ଆମେ ଚାରି ପଏଣ୍ଟ ହରାଇଛୁ । ଏବେ ଆମକୁ ମାନସିକ ଭାବେ ଦୃଢ ହେବାକୁ ପଡିବ । ଆମେ ଜାମସେଦପୁର ବିପକ୍ଷରେ ନିଶ୍ଚୟ ଭଲ ଖେଳିବୁ