Odia News Portal

ପ୍ରକାଶ ପାଇଲା ଆଇସିଏସଇ ରେଜଲ୍ଟ

ନୂଆଦିଲ୍ଲୀ: ଆଇସିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । results.cisce.org ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେଉଛି । ଓଡିଶାରେ ଦଶମରେ ୯୯.୯୮ ପ୍ରତିଶତ, ଦ୍ୱାଦଶରେ ୯୯.୮୩ ପ୍ରତିଶତ ପାସ୍ ହୋଇଛନ୍ତି । କରୋନା ପାଇଁ ଏ ବର୍ଷ ପରୀକ୍ଷା ହୋଇନଥିଲା ।

ଦେଶରେ କୋଭିଡ଼ ଦ୍ବିତୀୟ ଲହରକୁ ଦେଖି ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ବ ଦେଇ ସିବିଏସଇ ଭଳି ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ ଏକଜାମିନେସନ (ଆଇଏସ୍ସିଇ) ଦଶମ ଏବଂ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଥିଲା ।
ବିଜ୍ଞପ୍ତିରେ ଆଇଏସ୍ସିଇ ମୁଖ୍ୟ କାର‌୍ୟ୍ୟର ନିର୍ବାହୀ ତଥା ସଚିବ ଗେରୀ ଆରାଥୋନ ପ୍ରକାଶ କରିଥିଲେ , ମେ ୪ରୁ ଆଇଏସ୍ସିଇ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଅଫଲାଇନ୍ରେ ହେବାର ଥିଲା; କିନ୍ତୁ ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ଉଗ୍ରରୂପ ଧରି କାୟା ବିସ୍ତାର କରୁଛି। ଏହି ସମୟରେ ବିଦ୍ୟାର୍ଥୀଙ୍କ ସ୍ବାସ୍ଥ୍ୟ ପ୍ରତି ପ୍ରାଥମିକତା ଦିଆଯାଇ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି ।