Odia News Portal

ବଦଳି ହେଲେ ଆଇଆଇସି ପ୍ରଭୁକଲ୍ୟାଣ

ବାଲେଶ୍ୱର()  ବାଲିଆପାଳ ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ୟ୍ୟଙ୍କ ବଦଳି କରାଯାଇଛି । ଜଳେଶ୍ୱର ଇଡ଼କୋ ଛକରେ ଢାବାରୁ ନାବାଳକର ମୃତଦେହ ଉଦ୍ଧାର ଘଟଣା ନେଇ ଲଙ୍କାକାଣ୍ଡ ପରେ ବାଲିଆପାଳ ଆଇଆଇସିଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ଏସପି ବାଲିଆପାଳ ଆଇଆଇସି ପ୍ରଭୁକଲ୍ୟାଣଙ୍କ ବଦଳି କରି ତାଙ୍କ ସ୍ଥାନରେ ରେମୁଣା ଆଇଆଇସି ରଂଜିତ ସାହୁଙ୍କୁ ଦାୟିତ୍ୱ ଦେଇଛନ୍ତି ।

ଗତକାଲି ସକାଳେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଇଡକୋ ଛକ ନିକଟରେ ଥିବା ଏକ ଢାବାରୁ ଜଣେ ନାବାଳକର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା । ପରିବାର ଲୋକଙ୍କ ପକ୍ଷରୁ ହତ୍ୟା ଅଭିଯୋଗ ଆସିଥିଲା। ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଥିବା ବେଳେ ବୁଝାସୁଝା କରିବାକୁ ଆସିଥିବା ପୋଲିସକୁ ଗୋଡାଇ ଗୋଡାଇ ମାରିଥିଲେ ।