Odia News Portal

ଭାରତ ଆଗରେ ଲକ୍ଷ୍ୟ ୨୬୩

କଲମ୍ବୋ: ପ୍ରଥମ ପାଳିରେ ଶ୍ରୀଲଙ୍କା ୨୬୩ ରନ ସଂଗ୍ରହ କରିଛି । ୫୦ ଓଭର ଖେଳି ଦଳ ୯ ୱିକେଟ ବିନିମୟରେ ଏହି ସ୍କୋର କରିବାରେ ସକ୍ଷମ ହୋଇଛି । ସବୁଠାରୁ ବଡ଼ କଥା ହେଉଛି କି, ଦଳର ଜଣେ ହେଲେ ଖେଳାଳୀ ୫୦ ରନ କରିନାହାଁନ୍ତି । ଚମିକା କରୁଣାର୍ଥେ ସର୍ବାଧିକ ୪୩ ରନ କରିଛନ୍ତି । ଅନ୍ୟ କୌଣସି ଖେଳାଳୀ ବଡ଼ ସ୍କୋର କରିନାହାଁନ୍ତି । ଭାରତ ପକ୍ଷରୁ ଚହର,ଚହଲ ଏବଂ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିବା ବେଲେ କୁନାଲ ଏବଂ ହାର୍ଦ୍ଧିକ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ତେବେ ଦଳର ଉପଅଧିନାୟକ ଭୁବନେଶ୍ୱର କୁମାରଙ୍କୁ ଛାଡ଼ିଦେଲେ ବାକି ଖେଳାଳୀ ୱିକେଟ ପାଇଛନ୍ତି । ଶେଷ ଓଭରରେ ୨ଟି ବିଶାଳ ଛକା ସହ ଗୋଟିଏ ଚୌକା ଖାଇଛନ୍ତି ଭୁବି ।