Odia News Portal

ଆଜି ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ

ନଟିଂହାମ: ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ ଦ୍ୱିତୀୟ ଟେଷ୍ଟ । ପ୍ରଥମ ଟେଷ୍ଟ ଡ୍ର ହେବା ପରେ ଦ୍ୱିତୀୟ ମ୍ୟାଚ ବିଜୟ ଲକ୍ଷ୍ୟରେ ରହିଛନ୍ତି ଉଭୟ ଦଳ । ବର୍ଷା ଯୋଗୁଁ ପ୍ରଥମ ମ୍ୟାଚଟି ଡ୍ର ହୋଇଥିଲା । ତେବେ ଦ୍ୱିତୀୟ ମ୍ୟାଚରେ ପୁନର୍ବାର ବର୍ଷା ବାଧକ ସାଜିପାରେ ବୋଲି ମଧ୍ୟ କୁହାଯାଉଛି । ତେବେ ଆଜି ଇଂଲଣ୍ଡ ଦଳରେ ସାମିଲ ହୋଇଛନ୍ତି ଘାତକ ସ୍ପିନର ମୋଇନ ଅଲ୍ଲି । ଯଦିଓ ପେସରଙ୍କୁ ପିଚ ସୁହାଉଛି ତଥାପି ମୋଇନଲ୍ଲ୍‌ି ଜଣେ ଭଲ ୱିକେଟ ଟେକର ବୋଲର । ସେ କୋହଲିଙ୍କୁ ଅଧିକ ଥର ଆଉଟ କରିଛନ୍ତି । ଏଣୁ କୋହଲିଙ୍କ ଲାଗି ଇଂଲଣ୍ଡ ତାଙ୍କୁ ମୁଖ୍ୟ ଅସ୍ତ୍ର କରିବ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି । ସେପଟେ ଭାରତୀୟ ବୋଲର ସାର୍ଦ୍ଧୁଲ ଠାକୁର ଆହତ ହୋଇଥିବା ବେଳେ ତାଙ୍କ ସ୍ଥାନରେ ଅଶ୍ୱିନୀ ଖେଳିବେ ବୋଲି କୁହାଯାଉଛି । ତେବେ ଆଜି ଭାରତୀୟ ଦଳରେ କାହାକୁ ସ୍ଥାନ ମିଳୁଛି ତାହା ଦେଖିବାକୁ ବାକି ରହିଲା ।