Odia News Portal

ଟି-୨୦ ସିରିଜ୍ ଜିତିଲା ଭାରତ

ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ୍ ଜିତିଲା ଭାରତ । ଆଜି ଭାରତ-ନ୍ୟୁଜିଲାଣ୍ଡ ଭିତରେ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା । ହେଲେ ବର୍ଷା କାରଣରୁ ଏହି ମ୍ୟାଚର ଫଳାଫଳ ବାହାରି ପାରିନଥିଲା । ତେଣୁ ପ୍ରଥମ ଓ ଶେଷ ଟି-୨୦ ବର୍ଷାରେ ଧୋଇଯିବା ପରେ ଦ୍ୱିତୀୟ ମ୍ୟାଚରେ ଟିମ୍ ଇଣ୍ଡିଆ ବିଜୟୀ ହୋଇଥିବାରୁ ଦଳ ସିରିଜ୍ କବଜା କରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ଏହାପରେ ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୬୦ ରନ୍ କରିବାକୁ ସକ୍ଷମ ହୋଇଥିଲା । ତେବେ ଟିମ୍ ଇଣ୍ଡିଆ ପକ୍ଷରୁ ମହମ୍ମଦ ସିରାଜ, ଅର୍ଶଦୀପ ସିଂ ଉଭୟ ୪ଟି ଲେଖାଏଁ ୱିକେଟ୍ ନେଇଥିବାବେଳେ, ହର୍ଷଲ ପଟେଲ ଗୋଟିଏ ସଫଳତା ପାଇଥିଲେ ।