Odia News Portal

ଟୋକିଓ ଅଲମ୍ପିକ, ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତୀୟ ପୁରୁଷ ହକି ଦଳ

ଟୋକିଓ: ଭାରତୀୟଙ୍କ ଲାଗି ଖୁସି ଖବର । ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହକିରେ ଭାରତର ଦମଦାର ବିଜୟ। ବିଜୟରୁ ଭାରତର ଅଭିଯାନ ଆରମ୍ଭ ହୋଇଛି । ଅଲିମ୍ପିକ୍ସରେ ଭାରତର ପ୍ରଥମ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୩-୨ରେ ହରାଇଲା ଭାରତ । ଭାରତ ବିଜୟର ହିରୋ ରହିଥିଲେ ହରମନପ୍ରୀତ । ସେ ଦୁଇଟି ଗୋଲ ଦେଇଥିଲେ । ରୁପେନ୍ଦ୍ର ପାଲ ସିଂହ ଗୋଟିଏ ଗୋଲ ଦେଇଥିଲେ । ପ୍ରଥମ କ୍ୱାଟରରୁ ହିଁ ଦମଦାର ପ୍ରଦର୍ଶନ କରିଥିଲା ଭାରତ । ପ୍ରଥମ କ୍ୱାଟର ଶେଷ ବେଳକୁ ୧-୧ରେ ବାରବାର ଥିଲା । ଦ୍ୱିତୀୟ କ୍ୱାଟରରେ ଆଉ ଏକ ଗୋଲ ଦେଇଥିଲା ଭାରତ ।

ତୃତୀୟ କ୍ୱାର୍ଟରର ଆରମ୍ଭରୁ ହରମନପ୍ରୀତ ପେନାଲ୍ଟିର ଫାଇଦା ଉଠାଇ ଆଉ ଏକ ଗୋଲ ଦେଇ ୩-୧ରେ ଦଳକୁ ଆଗୁଆ କରିଥିଲେ । ହେଲେ ତୃତୀୟ କ୍ୱାର୍ଟର ଶେଷ ବେଳକୁ ପ୍ରଥମ ଫିଲ୍ଡ ଗୋଲ କରି ଆଉ ଏକ ଗୋଲ ଦେଇଥିଲା ନ୍ୟୁଜିଲାଣ୍ଡ , ଫଳରେ ମ୍ୟାଚ ୨-୩ ସ୍ତରକୁ ଆସିଥିଲା । ଶେଷ କ୍ୱାର୍ଟର ସୁଦ୍ଧା ଭାରତ ୩-୨ରେ ଆଗୁଆ ରହି ରୋମାଂଚକର ବିଜୟ ହାସଲ କରିଥିଲା । ଭାରତୀୟ ପୁରୁଷ ଦଳରେ ଅମିତ ରୋହିଦାଶ ଚୂଡାନ୍ତ ଦଳରେ ସ୍ଥାନ ପାଇଥିଲେ । ଏହା ସହିତ ଅମିତ ରୋହିଦାଶ ଅଲିମ୍ପିକ୍ସ ପଦାର୍ପଣ କରିଛନ୍ତି । ଆସନ୍ତାକାଲି ଭାରତୀୟ ପୁରୁଷ ହକି ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ପଡିଆକୁ ଓହ୍ଲାଇବ । ସେପଟେ ମହିଳା ଦଳର ଆଜି ଟୋକିଓରେ ଅଭିଯାନ ଆରମ୍ଭ କରିବ । ଭାରତୀୟ ମହିଳା ଦଳର ମୁକାବିଲା ନେଦରଲାଣ୍ଡ ସହିତ ରହିଛି । ଅପରାହ୍ନ ୫ଟା ୧୫ ମିନିଟରେ ଏହି ମ୍ୟାଚ୍ ଖେଳାଯିବ ।