Odia News Portal

ଆଇପିଏଲ ୨୦୨୧: ଦିଲ୍ଲୀ କ୍ୟାପିଟାଲ୍ସର ବ୍ୟାଟିଂ ବିପର୍ଯୟ

ମୁମ୍ବାଇ: ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଆଜି ଚଳିତ ଆଇପିଏଲର ୭ମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ରାଜସ୍ଥାନ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଏପର୍ୟ୍ୟନ୍ତ ଗୋଟିଏ ମ୍ୟାଚ ଖେଳି ସେଥିରେ ବିଜୟ ହାସଲ କରିଛି ଓ ୨ ପଏଣ୍ଟ ପାଇଛି । ରାଜସ୍ଥାନ ଦଳ ଗୋଟିଏ ମ୍ୟାଚ ଖେଳି ସେଥିରେ ପରାଜୟ ବରଣ କରିଛି । ତେବେ ରାଜସ୍ଥାନ ରୟାଲସ ଅଧିନାୟକ ସଞ୍ଜୁ ସାମସନ୍‌ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମେ ବ୍ୟାଟିଂ କରିଛନ୍ତି ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ । ଖବର ଲେଖା ହେବା ସୁଦ୍ଧା ଦିଲ୍ଲୀ କ୍ୟାପିଟାଲ୍ସ ୪ ଓ୍ଵିକେଟରେ ୫୪ ରନ କରିଛି |

ଦିଲ୍ଲୀ କ୍ୟାପିଟାଲ୍ସ ଏକାଦଶ : ପୃଥ୍ବୀ ସ, ଶିଖର ଧାୱନ, ଋଷଭ ପନ୍ତ (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ମାର୍କସ ଷ୍ଟୋଇନିସ, କ୍ରିସ ୱକସ, ରବିଚନ୍ଦ୍ରନ ଅଶ୍ୱିନ, ଲଲିତ ଯାଦବ, କାଗିସୋ ରାବାଡା, ଟମ କୁରନ, ଆଭେଶ ଖାନ

ରାଜସ୍ଥାନ ରୟାଲସ ଏକାଦଶ : ମନନ ଭୋରା, ସଞ୍ଜୁ ସାମସନ (ଅଧିନାୟକ), ଡେଭିଡ ମିଲର, ଜୋସ ବଟଲର, ଶିବମ ଦୁବେ, ରିୟାନ ପରାଗ, ରାହୁଲ ତେୱାତିଆ, କ୍ରିସ ମୋରିସ, ଚେତନ ସାକରିଆ, ଜୟଦେବ ଉନାଦକତ, ମୁସ୍ତାଫିଜୁର ରହମାନ