Odia News Portal

ଭୁଷୁଡ଼ିଲା ମୁମ୍ବାଇର ବ୍ୟାଟିଂ ଦୁର୍ଗ

ଚେନ୍ନାଇ: ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ମୁମ୍ବାଇ । ମୁମ୍ବାଇର ଦୁଇ ଓପନର କ୍ୱିଣ୍ଟନ୍ ଡିକକ୍ ଓ ରୋହିତ ଶର୍ମା ମୈଦାନକୁ ଓହ୍ଲାଇଥିଲେ । ଏହି ମ୍ୟାଚରେ ଉଭୟ ଦଳ ବିଜୟୀ ହୋଇ ଟେବୁଲର ଶୀର୍ଷରେ ରହିବାକୁ ଚେଷ୍ଟା କରିବେ । ଉଭୟ ଦଳ ଚଳିତ ଆଇପିଏଲରେ ୩ଟି ଲେଖାଏଁ ମ୍ୟାଚ ଖେଳି ଦୁଇଟି ବିଜୟ ଓ ଗୋଟିଏ ପରାଜୟ ଲାଭ କରିଛନ୍ତି । ତେଣୁ ଏହି ମ୍ୟାଚ ଉଭୟ ଦଳଙ୍କ ଭିତରେ କଡ ଟକ୍କର ଦେଖିବାକୁ ମିଳିବ । ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ୫ ୱିକେଟ୍ ହରାଇ ୮୩ ରନ କରିଥିଲା |

ମୁମ୍ବାଇ ଏକାଦଶ : କ୍ୱିଣ୍ଟନ୍ ଡିକକ୍ (ୱିକେଟ୍ ରକ୍ଷକ), ରୋହିତ ଶର୍ମା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, କିରନ ପୋଲାର୍ଡ, କ୍ରୁନାଲ ପାଣ୍ଡ୍ୟା, ରାହୁଲ ଚହର, ଜୟନ୍ତ ଯାଦବ, ଜସପ୍ରୀତ ବୁମରାହ, ଟ୍ରେଣ୍ଟ ବୋଲ୍ଟ

ଦିଲ୍ଲୀ ଏକାଦଶ : ପୃଥ୍ବୀ ସ, ଶିଖର ଧାୱନ, ଷ୍ଟିଭେନ୍ ସ୍ମିଥ୍, ଋଷଭ ପନ୍ତ (ୱିକେଟ୍ ରକ୍ଷକ / ଅଧିନାୟକ), ମାର୍କସ୍ ଷ୍ଟୋଇନିସ୍, ସିମ୍ରନ୍ ହେଟମାୟର, ଲଲିତ ଯାଦବ, ରବିଚନ୍ଦ୍ରନ୍ ଅଶ୍ୱିନ୍, କାଗିସୋ ରାବାଡା, ଅମିତ ମିଶ୍ରା, ଆବେଶ ଖାନ୍