Odia News Portal

ଜନ୍ମଦିନରେ ଡେବ୍ୟୁ କଲେ ଇଶାନ କିଶାନ

କଲମ୍ବୋ: ଆଜି ଭାରତୀୟ କ୍ରିକେଟର ଇଶାନ କିଶାନଙ୍କ ଲାଗି ଡବଲ ଖୁସି । ନିଜର ଜନ୍ମଦିନରେ ତାଙ୍କୁ ଦଳରେ ମିଳିଛି ସ୍ଥାନ । ଦିନିକିଆ ଦଳରେ ଡେବ୍ୟୁ କରିଛନ୍ତି ଇଶାନ । ପୂର୍ବରୁ ଦୁଇଟି ଆନ୍ତର୍ଜାତିୟ ଟି-୨୦ ମ୍ୟାଚ ଖେଳିଛନ୍ତି ଇଶାନ । ୨ଟି ମ୍ୟାଚରେ ସେ ୬୦ ରନ ସଂଗ୍ରହ କରିଛନ୍ତି । ତେବେ ଆଜି ସେ ଦିନିକିଆ ଦଳରେ ଡେବ୍ୟୁ କରିବା ପରେ ତାଙ୍କର ଖୁସି ଦ୍ୱିଗୁଣିତ ହୋଇଛି । ସେ କିପରି ପ୍ରଦର୍ଶନ କରୁଛନ୍ତି ତାଉପରେ ରହିଛି ସମସ୍ତଙ୍କ ନଜର । ସେପଟେ ଇଶାନ କିଶାନଙ୍କ ସହ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି ।