Odia News Portal

ଏଚ୍ଏସ୍ ୨୦୦ ରକେଟର ସଫଳ ପରୀକ୍ଷଣ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ସକାଳେ ହ୍ୟୁମାନ୍ ରେଟେଡ୍ ସଲିଡ୍ ରକେଟ୍ ବୁଷ୍ଟର୍ (ଏଚେସ୍୨୦୦) ର ସଫଳ ପରୀକ୍ଷଣ କରିଛି | ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ସକାଳ ୭:୨୦ରେ ଏହି ରକେଟ୍ ଉତକ୍ଷେପଣ କରାଯାଇଛି। ଗଗନାୟନ ଅଭିଯାନ ପାଇଁ ଏହି ରକେଟ୍ ବୁଷ୍ଟର ପ୍ରସ୍ତୁତ କରାଯାଇଛି |

ଇସ୍ରୋ ବୈଜ୍ଞାନିକଙ୍କ ଅନୁଯାୟୀ, ଏଚ୍ଏସ୍ ୨୦୦ ରକେଟ୍ ବୁଷ୍ଟର୍ ହେଉଛି ଜିଏସ୍ଏଲଭି ଏମକେ୩ ସାଟେଲାଇଟ୍ ଲଞ୍ଚ ଭେଇକିଲ୍ ର ଏସ୍୨୦୦ ରକେଟ୍ ବୁଷ୍ଟରର ହ୍ୟୁମାନ-ରେଟେଡ୍ ଭର୍ସନ | ଏହି ଯାନର ଏହା ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଥିଲା |