Odia News Portal

କାଳିଆ ଲୋକପି୍ରୟତାରେ ବିରୋଧୀ ଇର୍ଷାନୀତ

ରାଜ୍ୟ ସରକାର ଆଣିଥିବା ଜନହିତକାରୀ ଯୋଜନାଗୁଡିକ ଭଳି କାଳିଆ ମଧ୍ୟ ବେଶ୍ ଫଳପ୍ରଦ ହେବ ଏବଂ ଏହାଦ୍ୱାରା ରାଜ୍ୟ ଅର୍ଥନୀତି ପଛେଇବ ନାହିଁ କିମ୍ବା ରାଜ୍ୟବାସୀଙ୍କ ମୁଣ୍ଡ ପିଛା ଋଣ ବଢ଼ିବ ନାହିଁ । ଆଜି ‘କାଳିଆ’ ଯୋଜନାର ଲୋକପ୍ରିୟତା କେବଳ ଓଡ଼ିଶା ମଧ୍ୟରେ ସୀମିତ ନାହିଁ, ବରଂ ଦେଶବ୍ୟାପୀ ଏହାକୁ ନେଇ ଚର୍ଚ୍ଚା ହେଉଛି । ଏମିତି କି କେନ୍ଦ୍ର ସରକାର ମଧ୍ୟ ଏହି ଯୋଜନା ପ୍ରତି ଆକର୍ଷିତ ହୋଇ ଏଭଳି ଅନୁରୂପ ଏକ ଯୋଜନା ଆଣି ଦେଶର ଚାଷୀମାନଙ୍କୁ ବିପଦରୁ ଉଦ୍ଧାର କରିବା ପାଇଁ ବିଚାର କରୁଥିବା ଜଣାଯାଏ । ସଂପ୍ରତି ଅଧିକାଂଶ ରାଜ୍ୟର ସରକାର ଚାଷୀମାନଙ୍କ ଉପରେ ବାକି ଥିବା ଋଣକୁ ଛାଡ଼ କରିବା ପାଇଁ ପଛାଉ ନାହାନ୍ତି । ଉଦାହରଣ ଭାବେ ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶ ଭଳି ରାଜ୍ୟକୁ ନିଆଯାଇପାରେ । କିନ୍ତୁ ଓଡ଼ିଶାର ନବୀନ ପଟ୍ଟନାୟକ ସରକାର ବିଭିନ୍ନ ଦିଗକୁ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରିବା ପରେ ‘କାଳିଆ’ ଭଳି ଏକ ଅନନ୍ୟ ଯୋଜନା ହାତକୁ ନେଇଛନ୍ତି । ଏହାଦ୍ୱାରା ରାଜ୍ୟ ଚାଷୀମାନଙ୍କର ବିକାଶ ହେବା ସହ ରାଜ୍ୟ ଅର୍ଥନୀତିକୁ ମଧ୍ୟ ସେମାନଙ୍କ ଅବଦାନ ବଢ଼ିବ ବୋଲି ଆଶା କରାଯାଉଛି ।ଚାଷୀମାନଙ୍କ ସମସ୍ୟାର ପ୍ରତିକାର ପାଇଁ ଏହା ଅତ୍ୟନ୍ତ ଜରୁରୀ ହୋଇପଡିଥିଲା ଏବଂ ସରକାର ଏହି ପଦକ୍ଷେପକୁ ଉଚିତ୍ ମଣୁଛନ୍ତି ।
ସରକାର ଜରୁରୀକାଳୀନ ପାଣ୍ଠିର ଦୁରୁପଯୋଗ କରିଛନ୍ତି ବୋଲି ବିରୋଧୀ ଦଳଗୁଡିକ ଯେଉଁଭଳି ଭାବେ ଅଭିଯୋଗ କରୁଛନ୍ତି, ତାହା ଆଦୌ ଯୁକ୍ତିଯୁକ୍ତ ନୁହେଁ । ଜରୁରୀକାଳୀନ ସମୟରେ ଏହି ପାଣ୍ଠି ବ୍ୟବହାର କରାଯିବା ଉଚିତ୍ ଥିଲା ଏବଂ ସରକାର ତାହା ହିଁ କରିଛନ୍ତି । ଅନ୍ୟପକ୍ଷରେ ସରକାର ମନମୁଖି ଭାବେ ଏଭଳି ଆଦୌ କରିନାହାନ୍ତି, ବରଂ ଆଇନ୍ର କ୍ଷେତ୍ରାଧିକାରରେ ରହି ଏହି ବଳିÂ ପଦକ୍ଷେପ ନେଇଛନ୍ତି ।
୧. ‘କାଳିଆ’ ସ୍କିମ୍ ପାଇଁ ସରକାର ଓଡ଼ିଶା ଜରୁରୀକାଳୀନ ପାଣ୍ଠି (ଓସିଏଫ୍)ରୁ ଅର୍ଥ ମଞ୍ଜୁର କରି ଅନିୟମିତତା କରିଛନ୍ତି କି?
୨. ‘କାଳିଆ’ ସ୍କିମ୍ରେ ଚାଷୀମାନଙ୍କୁ ଆର୍ଥôକ ସହାୟତାପ୍ରଦାନ କରିବା ଲାଗି ଯଦି ସରକାରଙ୍କ ନିକଟରେ ଅର୍ଥ ନାହିଁ, ତେବେ ପ୍ରାକୃତିକ ଦୁର୍ବିପାକ ବେଳେ ଏଥିପାଇଁ ପାଣ୍ଠି କେଉଁଠୁ ଆସିବ?
୩. ‘କାଳିଆ’ ଭଳି ଯୋଜନା ଆଣି ସରକାର ରାଜ୍ୟବାସୀଙ୍କ ମୁଣ୍ଡ ପିଛା ଋଣକୁ ଅହେତୁକ ଭାବେ ବଢ଼ାଇଦେବେ ନାହିଁ ତ?
‘କାଳିଆ’ ଯୋଜନା ଦ୍ୱାରା ରାଜ୍ୟ ଉପରେ ଋଣ ବୋଝ ବଢ଼ିବ ବୋଲି ବିରୋଧୀମାନେ ଯେଉଁ ବିଭ୍ରାନ୍ତିକର ଆଶଙ୍କା ସୃଷ୍ଟି କରୁଛନ୍ତି, ତାହାର କୌଣସି ମୂଲ୍ୟ ନାହିଁ । ଅନ୍ୟ ରାଜ୍ୟଗୁଡିକର ଋଣକୁ ଦେଖିଲେ, ଓଡ଼ିଶାର ଋଣବୋଝ ଅତ୍ୟନ୍ତ କମ୍ । ସେଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ପକ୍ଷରୁ ପ୍ରକାଶିତ ତଥ୍ୟ ଉପରେ ଦୃଷ୍ଟି ପକାଇବା ଆବଶ୍ୟକ ।
ଅନ୍ୟପକ୍ଷରେ ଆଉ କେତେକ ରାଜ୍ୟଗୁଡିକର ଋଣ ସହ ତୁଳନା କଲେ ଓଡ଼ିଶାର ଋଣ ପରିମାଣ ବେଶ୍ କମ୍ । ଏହାବ୍ୟତୀତ କେନ୍ଦ୍ର ସରକାରଙ୍କ ଋଣ ସଂକ୍ରାନ୍ତରେ ସଦ୍ୟତମ ଭାବେ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହା ଅତ୍ୟନ୍ତ ଚିନ୍ତାଜନକ ରହିଛି । ବିଶେଷକରି ସାଢେ଼ ୪ବର୍ଷ ମଧ୍ୟରେ ବା ମୋଦି ସରକାରଙ୍କ କାର୍ୟ୍ୟକାଳ ମଧ୍ୟରେ କେନ୍ଦ୍ର ଋଣ ପରିମାଣର ୫୦% ବୃଦ୍ଧି ପାଇ ୨୦୧୮ ସେପ୍ଟେମ୍ବର ବେଳକୁ ଏହା ୮୨,୦୩,୨୫୩ କୋଟି ଟଙ୍କାରେ ପହଞ୍ଚଛି ।