Odia News Portal

୨୦ଲକ୍ଷ ଟଙ୍କାର ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

ରାଜନଗର : ପ୍ରାୟ ୨୦ଲକ୍ଷ ଟଙ୍କାର ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ। ରାଜନଗର ମହାବୀର ବଜାରରେ ଥିବା ଏକ ସୁନା ଦୋକାନରୁ ଲୁଟ୍ ହୋଇଛି। ଦୁଇ ଜଣ ଦୁର୍ବୃତ୍ତ ସୁନା କିଣିବା ବାହାନାରେ ଦୋକାନକୁ ଆସିଥିଲେ। ଏହାପରେ ପ୍ରାୟ ୪ ଶହ ଗ୍ରାମ ସୁନା ଲୁଟିନେଇ ୨ ଜଣ ଦୁର୍ବୃତ୍ତ ବାଇକ୍ରେ ଫେରାର ହୋଇଯାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।