Odia News Portal

ଭିତରକନିକାରେ ମାତିଛନ୍ତି କାଠ ମାଫିଆ, ପଦା ହୋଇଗଲାଣି ଘଞ୍ଚ ଜଙ୍ଗଲ

ରାଜନଗର:  ଅସୁରକ୍ଷିତ ଭିତରକନିକା । ମାତିଛନ୍ତି କାଠ ମାଫିଆ । ପଦା ହୋଇଯାଉଛି ଘଞ୍ଚ ଜଙ୍ଗଲ । ବନ ସଂରକ୍ଷଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବନ ବିଭାଗର ନାକତଳେ ଚାଲିଛି ଜଙ୍ଗଲ ଚୋରୀ । ପ୍ରଶ୍ନ ଉଠୁଛି ଭିତରକନିକା ଜଙ୍ଗଲ କତେ ସୁରକ୍ଷିତ ?

ଲୁଣା ଜଙ୍ଗଲ ଭିତରକନିକା ଉପରେ କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି । ମାତିଛନ୍ତି କାଠ ମାଫିଆ । ଦିନ ଦ୍ବିପ୍ରହରେ ଚାଲିଛି ବେଧଡକ ଚାଲିଛି ଜଙ୍ଗଲ ଚୋରୀ । ଏଭଳି ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ଭିତରକନିକା ଜାତୀୟ ଉଦ୍ୟାନ ଚାରିଘରିଆ ଜଙ୍ଗଲରେ । ସାତଭାୟା ଫରେଷ୍ଟ ଅଫିସରୁ ମାତ୍ର ଶହେ ମିଟର ଦୂରରେ ରହିଛି ଘଞ୍ଚ ଜଙ୍ଗଲ । ପଦା ହୋଇଗଲାଣି ଘଞ୍ଚ ଜଙ୍ଗଲ ।

ଜଙ୍ଗଲରେ ୭୨ ପ୍ରଜାତିର ବିରଳ ବୃକ୍ଷ ଦେଖିବାକୁ ମିଳେ । ଜଙ୍ଗଲ କ୍ଷୟ ଉପରେ ରୋକ ନଲାଗିଲେ କୁମ୍ଭୀର, ହରିଣ ଓ ପକ୍ଷୀ ସଂଖ୍ୟା ମଧ୍ୟ ହ୍ରାସ ପାଇବ । ପର୍ଯ୍ୟଟନ ମାନଚିତ୍ରରୁ ହଜିଯିବ ଭିତରକନିକା । ସରକାର କା ମାଲ୍ ଦରିଆ ମେ ଡାଲ୍ ନୀତିରେ ଚାଲିଛି ଜଙ୍ଗଲ ସୁରକ୍ଷ। । ବୃକ୍ଷ ରୋପଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।ହେଲେ ଘଞ୍ଚ ଜଙ୍ଗଲର ସୁରକ୍ଷା ଏବେ ବନବିଭାଗର ଦୃଷ୍ଟି ଆଢୁଆଳରେ ରହିଛି ।