Odia News Portal

ରାତି ଅଧରେ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ପୋଇପାଟ ଗାଁରେ ଶୁକ୍ରବାର ରାତିରେ ଘଟିଛି ଏହି  ବର୍ବରକାଣ୍ଡ । ଗାଁର ଜଣେ ମହିଳାଙ୍କ ଘରେ ଜୋର ଜବରଦସ୍ତ ପଶି ୩ ଜଣ ଦୁର୍ବୃତ୍ତ ଏହି ନାରକୀୟ କାଣ୍ଡ ଘଟାଇ ଫେରାର ହୋଇଯାଇଛନ୍ତି ।  ତେବେ ଦୁର୍ବୃତ୍ତଙ୍କ  ମାଡରେ ଗୁରୁତର ଆହତ ହୋଇ ମହିଳାଙ୍କ ସ୍ବାମୀ ଏବେ ଜୀବନ ମରଣ ସହ ଜୁଝି ହେଉଛନ୍ତି ।ଟ୍ଟ ଭାଙ୍ଗି ଯାଇଛି ଘରର ଗ୍ରୀଲ। ଭାଙ୍ଗି ତଳେ ବିଛାଡି ହୋଇ ପଡିଛି ଲାଲ୍ ଶଙ୍ଖା। କେଉଁଠି କେଉଁଠି ଲାଗିଛି ରକ୍ତର ଦାଗ। ଏ  କୌଣସି ହିଂସ୍ର ଯନ୍ତୁର କାରନାମା ନୁହେଁ । ତିନି ଜଣ ଦୁର୍ବୃତ୍ତ ଘଟାଇଛନ୍ତି ଏଭଳି ବର୍ବରକାଣ୍ଡ ।

ଏମାନଙ୍କ ପାଶବିକତାର ଶିକାର ହୋଇଛନ୍ତି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ପୋଇପାଟ ଗାଁର ଜଣେ ନିରିହ ମହିଳା। ଶୁକ୍ରବାର ରାତି ପ୍ରାୟ ସାଢେ ଗୋଟାଏ । ଗାଁର ଏକ ବିବାହ ପ୍ରସେସନ୍ ଚାଲିଥିଲା । ଏତିକି ବେଳେ ଦୁର୍ବୃତ୍ତମାନେ ସମ୍ପୃକ୍ତ ମହିଳାଙ୍କ ଘରେ ପହଞ୍ଚି କବାଟ ବାଡେଇଥିଲେ। ମହିଳା କବାଟ ନଖୋଲିବାରୁ ଦୁର୍ବୃତ୍ତମାନେ କବାଟ ଭାଙ୍ଗି ଘରେ ଜୋରଜବରଦସ୍ତ ପଶିଥିଲେ। ମହିଳାଙ୍କ ସ୍ବାମୀ ପ୍ରତିରୋଧ କରିବାରୁ ତାଙ୍କୁ ନିସ୍ତୁକ ମାଡମାରି ଅଚେତ୍ କରିଦେଇଥିଲେ । ପରେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ମହିଳାଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି । ଦୁର୍ବୃତ୍ତମାନେ ମହିଳାଙ୍କ ଉପରେ ପାଶବିକ ଅତ୍ୟାଚାର କରୁଥିବା ବଳେ ତାଙ୍କର ଦୁଇ ଛୋଟ ପୁଅ ପ୍ରାଣ ବଞ୍ଚାଇବା ପାଇଁ ଅନ୍ୟଘରେ ଲୁଚି ଯାଇଥିଲେ। ତେବେ ପ୍ରାୟ ଘଣ୍ଟାଏ କାଳ ଧରି ଏହି ବର୍ବର କାଣ୍ଡ ଘଟିଥିଲେ ସୁଦ୍ଧା କାହାର ନଜରରେ ପଡି ନଥିଲା । ଚେତା ଫେରିବା ପରେ ମହିଳାଙ୍କ ସ୍ବାମୀ ଗାଁ ଭିତରକୁ ଯାଇ ଲୋକମାନଙ୍କ ସାହାଯ୍ୟ ଲୋଡିଥିଲେ। ଲୋକେ ପହଞ୍ଚିବା ବେଳକୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ଏହି ପରିବାର ଆଳିର ବାସିନ୍ଦା ହୋଇଥିବା ବେଳେ ଦୀର୍ଘବର୍ଷ ଧରି ସେମାନେ ପୋଇପାଟ ଗାଁରେ ରହି ଆସୁଛନ୍ତି । ତେବେ ଏକ ଜମିଜମା ବିବାଦକୁ ନେଇ ପୂର୍ବରୁ କିଛି ବ୍ୟକ୍ତିଙ୍କ ସହିତ ଶତୃତା ଥିଲା । ସେହି ବ୍ୟକ୍ତିମାନେ ଏପରି କାଣ୍ଡ ଭିଆଇଥାଇ ପାରନ୍ତି ବୋଲି କହିଛନ୍ତି ପୀଡିତା ଓ ତାଙ୍କ ସ୍ବାମୀ। ପଟ୍ଟାମୁଣ୍ଡାଇ ଏସଡିପିଓ ମେଡିକାଲରେ ପହଞ୍ଚି ପୀଡିତାଙ୍କୁ ଭେଟିଛନ୍ତି । ଘଟଣାର ତନାଘନା କରୁଛି ପୋଲିସ । ଉଭୟ ସ୍ବାମୀ ସ୍ତ୍ରୀଙ୍କ ଚିକିତ୍ସା କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଚାଲିଛି । ଦୋଷୀଙ୍କ ବିରୁଦ୍ଧରେ କାର‌୍ୟ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି