Odia News Portal

କଳାହାଣ୍ଡିରେ ମାଓବାଦୀଙ୍କ ବନ୍ଦ ପାଳନ

ଭବାନୀପାଟଣା : କଳାହାଣ୍ଡିରେ ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ । ଢେପଗୁଡା ଜଙ୍ଗଲରେ ଗଛ କାଟି ମୁଖ୍ୟ ରାସ୍ତା ଅବରୋଧ । ଫଳରେ ରାୟଗଡା-ଭବାନୀପାଟଣା ଯାତାୟତ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ବରେ ଯାନବାହାନ ଅଟକି ରହିଛି ।

ରାସ୍ତା ଅବରୋଧ ହଟାଇବାକୁ ପୋଲିସ ପହଞ୍ଚିନଥିବାରୁ ସ୍ଥାନୀୟ ଲୋକେ ଗଛ ହଟାଇବାକୁ ଉଦ୍ୟମ କରୁଛନ୍ତି । ଘଟଣାସ୍ଥଳରୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ ସଂଗଠନର ପୋଷ୍ଟର ଉଦ୍ଧାର ହୋଇଛି । ପୋଷ୍ଟରରେ ଭାରତ ବନ୍ଦ ସଫଳ କରିବାକୁ ଆହ୍ବାନ ଦିଆଯାଇଛି ।