Odia News Portal

କୁସୁମ ଟେଟେଙ୍କ ନାଁରେ ମାମଲା

ପଦମପୁର ଜିଏସଟି ରେଡ୍ ବେଳେ ବିଜେପି ଗୁଣ୍ଡାଙ୍କ ଆକ୍ରମଣ ଘଟଣା । ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ଜିଏସଟି ଅଧିକାରୀ । ପଦମପୁର ଥାନାରେ ଜିଏସଟି ଅଧିକାରୀ ଏତଲା ଦେଇଛନ୍ତି ।ମାମଲା ରୁଜୁ ନେଇ ବରଗଡ ଏସପି ସ୍ମିଥ ପରମାରଙ୍କ ସୂଚନା । ପାଇକମାଳରେ ଜିଏସଟି ଚଢ଼ାଉ ବେଳେ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ କୁସୁମ ଓ ତାଙ୍କ ସମର୍ଥକ । ଜିଏସଟି ଅଧିକାରୀଙ୍କ କାଗଜ ପତ୍ର ଛଡ଼ାଇ ନେଇଥିଲେ ।
ମହିଳା ଅଧିକାରୀଙ୍କୁ ଆକ୍ରମଣ ଓ ଅଶାଳୀନ ବ୍ୟବହାର ଅଭିଯୋଗ ହୋଇଥିଲା । ସରକାରୀ କାର‌୍ୟ୍ୟରେ ଉଦ୍ଦେଶ୍ୟମୂଳକ ଭାବେ ବାଧା ସୃଷ୍ଟି ଅଭିଯୋଗ । ଜଗଦମ୍ବା କ୍ଲଥ ଷ୍ଟୋରରେ ଚଢାଉ ବେଳେ ୧୦-୨୦ଲୋକ ବାଧା ଦେଇଥିଲେ । କପଡା କିଣିବା ବାହାନାରେ ଚଢାଉ କାର‌୍ୟ୍ୟରେ ବାଧା ଦେଇଥିଲେ । ଦୋକାନ ମାଲିକ ସୁନୀଲ ଅଗ୍ରୱାଲ ମଧ୍ୟ ସହଯୋଗ କରୁଥିଲେ । ଏହାର ୨ଘଣ୍ଟା ପରେ ୫୦୦ରୁ ଅଧିକ ଲୋକ ଜୋର ଜବରଦସ୍ତ ଦୋକାନରେ ପଶିଥିଲେ । ଚଢାଉରେ ନିୟୋଜିତ କର୍ମଚାରୀଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । ମହିଳା ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ । ସ୍ଥାନୀୟ ପୋଲିସ ଆମକୁ ସେହି ଜାଗାରୁ ଉଦ୍ଧାର କରିଥିଲେ । ଦୁର୍ବୃତ୍ତମାନେ ଗାଡି ଭାଙ୍ଗିବା ସହ ସରକାରୀ କାର୍ଯ୍ୟରେ ବାଧା ଦେଇଥିଲେ । ଏମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିଏସଟି ଅଧିକାରୀ ଏତଲା ଦେଇଛନ୍ତି ।