Odia News Portal

ହାଇଦର ଗ୍ୟାଙ୍ଗରେ ଲେଡି କୁଇନ୍

କଟକ : ତେଲେଙ୍ଗାନାରୁ ହାଇଦର ଧରାପଡ଼ିବା ପରେ ଗୋଟିଏ ପରେ ଗୋଟିଏ ରୋଚକ ତଥ୍ୟ ସାମ୍ନାକୁ ଆସୁଛି । ଜେଲ୍ ଭିତରେ ଥାଇ ହାଇଦର ନିଜର ଦବଦବା କାଏମ ରଖିବାକୁ ଚାହୁଁଥିଲା । ପୁଣି ଥରେ ବଟି ମାଗିବା ପରେ ହାଇଦର ଫସିଗଲା । ସେପଟେ ମେଡ଼ିକାଲରୁ ଚମ୍ପଟ ମାରିବା ପରେ ପୁଅର ଗାର୍ଲଫ୍ରେଣ୍ଡ ପୋଲିସ ରାଡାରକୁ ଆସିଥିଲା । କାରଣ ହାଇଦର ମେଡ଼ିକାଲରେ ଥିବାବେଳେ ପୁଅର ଗାର୍ଲଫ୍ରେଣ୍ଡ ବାରମ୍ବାର ଆସୁଥିଲା । ହାଇଦରକୁ ଧରିବା ପରେ ପୁଅର ଗାର୍ଲଫ୍ରେଣ୍ଡ ପୋଲିସର କାମକୁ ଆସିଥିଲା ।

ତା’ର ଅପରାଧ ସାମ୍ରାଜ୍ୟର ନେଟୱର୍କ ଭିତରେ ଏକାଧିକ ଯୁବତୀ ରହିଥିବା ଚର୍ଚ୍ଚା ଏବେ ଜୋର୍ ଧରିଛି । ସେମାନଙ୍କ ଭିତରେ ଏବେ ଚର୍ଚ୍ଚାରେ ଜଣେ ଅ ।ଲବମ୍ ହିରୋଇନ୍ ଅଛନ୍ତି । ହାଇଦର ଫେରାର୍ ମାମଲାରେ ସଂପୃକ୍ତ ଅ ।ଲବମ୍ ହିରୋଇନଙ୍କୁ ପୁଲିସ ଗିରଫ କରିଛି । ସେ ଏସସିବି ଅ ।ସି ହାଇଦରକୁ ଏକାଧିକ ଥର ଦେଖା କରିଥିବା ସୂଚନା ରହିଛି । ତେବେ ଘଟଣା ବିଷୟରେ ଯୁବତୀର ବାପା କହିଛନ୍ତି ଯେ, ଗତ ଡିସେମ୍ବର ୨୭ ତାରିଖରେ ଝିଅ ଭୁବନେଶ୍ୱରରେ ·କିରୀ ପାଇଁ ଜିଦ କରି ଯାଇଥିଲେ । ତାଙ୍କ ଝିଅର ମାନସିକ ବିକୃତି ରହିଛି । ସେ ଜଣେ ସାଇକୋ ପେସେଣ୍ଟ । ତେଣୁ ସେ ଅ ।ମ କଥା ନମାନି ଘରୁ ପଳାଇ ଯାଇଥିଲା । ହେଲେ ଫୋନରେ ଯୋଗାଯୋଗରେ ରୁହେ । ଭୁବନେଶ୍ୱରରେ ସେ ଏକ ସଂସ୍ଥାରେ ଡାଟା ଏଣ୍ଟ୍ରି କାମ କରୁଥିଲା ।
ତେବେ ସେ କେନ୍ଦ୍ରାପଡାର ଲକି ନାମକ ଝିଅ ସଂସ୍ପର୍ଶରେ ଆସିଥିଲା । ହେଲେ ହାଇଦର ସମ୍ପର୍କରେ ଝିଅର କ’ଣ ସମ୍ପର୍କ ତାହା ଜଣାପଡିନାହିଁ । ତାକୁ ଫସାଇ ଦିଆଯାଇଥାଇ ପାରେ ବୋଲି ସେ ଅ ।ଶଙ୍କା କରିଛନ୍ତି । ଅନ୍ୟପଟେ କେବଳ ଅର୍ଚ୍ଚନା ନୁହଁନ୍ତି ପଟ୍ଟାମୁଣ୍ଡାଇ ଓ ମାହାଙ୍ଗାର ଅ ।ଉ ଦୁଇ ଯୁବତୀ ମଧ୍ୟ ହାଇଦରକୁ ଭେଟିଥିଲେ । ଏପରିକି ଷଡ଼ଯନ୍ତ୍ରର ମୁଖ୍ୟ କାର୍ପଟଦାର ହାଇଦର ଧରମପୁଅ ଇସ୍ତିୟାକ୍ ଖାନ ସହ ମଧ୍ୟ ଏମାନଙ୍କର ସଂପର୍କ ଥିଲା । ହାଇଦର ଫେରାର ବେଳେ ଏମାନେ ତାସହ ଯୋଗାଯୋଗରେ ଥିଲେ । କାହା ମାଧ୍ୟମରେ ଅର୍ଚ୍ଚନା ସହ ୩ ଯୁବତୀ ହାଇଦର ଲିଙ୍କରେ ଅ ।ସିଥିଲେ? ଏହି ଯୁବତୀମାନଙ୍କ ଭୂମିକା କଣ ଥିଲା ତା’ର ତଦନ୍ତ କରୁଛି ପୁଲିସ । ଅନ୍ୟପଟେ ଯେଉଁ କାରରେ ହାଇଦର୍ ଖସିଯାଇଥିଲା, ସେହି କାରକୁ ଅ ।ଣି ତାର ମାଲିକାନାକୁ ନେଇ କଟକ ପୁଲିସ ଜାରି ରଖିଛି ଖୋଳତାଡ଼ା ।